🗂 Crime | 🕒 20 Aug 2025, 23:49 IST
ପୁରୀ, ଚୈତନ୍ୟ ଗୌଡିୟ ମଠ ପରିସରରୁ ଚୋରି ଅଭିଯୋଗରେ ଟାଉନ ଥାନା ଦ୍ୱାରା ଜଣେ ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ଜଣକ ଗଞ୍ଜାମ ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଗୌଡ଼ସାହିର ସୁଶୀଲ ବେହେରା 45 l ଅଭିଯୁକ୍ତ ନିକଟରୁ ମୋବାଇଲ ଜବତ କରଯାଇଛି l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ଗଞ୍ଜାମ ବୁଗୁଡ଼ାର ପ୍ରଦୀପ କୁମାର ବାରିକ ମଠ ପରିସରରେ ମୋବାଇଲ ଚାର୍ଜ ପାଇଁ ବସାଇଥିବା ବେଳେ ତାଙ୍କ ମୋବାଇଲ ଚୋରି ହୋଇଥିଲା l ସେ ଥାନାରେ ଅଭିଯୋଗ କରିଥିଲେ l ଥାନା ପକ୍ଷରୁ 375/2025 ନମ୍ବର ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା l ସିସିଟିଭି ଯାଞ୍ଚ ପରେ ଅଭିଯୁକ୍ତକୁ ଗିରଫ କରାଯାଇ ମୋବାଇଲ ଜବତ କରାଯାଇ ବୁଧବାର କୋର୍ଟ ଚାଲାଣ କରାଯାଇଥିଲା l
No comments yet.