🗂 Crime | 🕒 20 Aug 2025, 23:58 IST
ପୁରୀ ଟାଉନ ଥାନା ଅନ୍ତର୍ଗତ ଦୋଳ ମଣ୍ଡପ ସାହିରେ ଏକ ରିକ୍ସା ଚାଳକ ଆଇନଜୀବୀ ରଘୁନାଥ ପଟ୍ଟନାୟକ ଙ୍କୁ କାଠ ଫାଳିଆ ଦ୍ୱାରା ମରଣାତ୍ମକ ଆକ୍ରମଣ କରିଛି । ପୋଲିସ ପିସିଆର ଟିମ୍ ଶ୍ରୀ ପଟ୍ଟନାୟକଙ୍କୁ ଉଦ୍ଧାର କରି ପୁରୀ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଆକ୍ରମଣକାରୀ ରିକ୍ସା ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଶ୍ରୀ ପଟ୍ଟନାୟକଙ୍କ ମୁଣ୍ଡ ଏବଂ ମୁହଁରେ ଗଭୀର ଆଘାତ ଲାଗିଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ ।
No comments yet.