ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: ଆଜି କୃଷ୍ଣ ବଳରାମ ବେଶ ନୀତି - NILACHALA SAMACHAR
Article Image

ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: ଆଜି କୃଷ୍ଣ ବଳରାମ ବେଶ ନୀତି

🗂 Art & Culture | 🕒 21 Aug 2025, 14:31 IST

ପୁରୀ, ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହେବ । ଦ୍ୱିପ୍ରହର ଧୂପ ପରେ ଠାକୁରଙ୍କୁ ଏହି ବେଶ କରାଯିବ । ଶ୍ରୀବଳଭଦ୍ରଙ୍କୁ ବଳରାମ ଓ ଶ୍ରୀଜଗନ୍ନାଥଙ୍କୁ ଶ୍ରୀକୃଷ୍ଣଙ୍କ ବେଶରେ ସୁଶୋଭିତ କରାଯିବ । ଶ୍ରୀଜଗନ୍ନାଥ ଶ୍ରୀବଳଭଦ୍ର ଉଭୟ ଛନ୍ଦଯୁକ୍ତ ପାଦରେ ଦୁଇ ବାହୁ ପ୍ରସାର କରି ଦଣ୍ଡାୟମାନ ହୋଇଥିବେ । ସୁବାସିତ ପୁଷ୍ପଅଳଙ୍କାର ଖଚିତ ବଡ଼ କିରିଟି ଠାକୁରେ ଶ୍ରୀମସ୍ତକରେ ଲାଗି ହେବେ । ଶ୍ରୀବିଗ୍ରହଙ୍କ ନିକଟରେ ଦେବକୀ, ବସୁଦେବ, ନନ୍ଦ ଓ ଯଶୋଦାଙ୍କ ପିତୁଳା ରହିଥିବେ । କୃଷ୍ଣ ବଳରାମ ବେଶରେ ଠାକୁରଙ୍କୁ ଦେଖି ଭକ୍ତ ମୁଗ୍ଧ ହୋଇଯାଏ ।



💬 Leave a Comment

🗨️ Approved Comments

No comments yet.

🔗 Share this article: