🗂 Crime | 🕒 22 Aug 2025, 01:46 IST
ପୁରୀ, ପିଡବ୍ଲୁଡି କଲୋନୀରେ ଥିବା ଏକ ଟେଣ୍ଟ ହାଉସରୁ ଚୋରି ଅଭିଯୋଗରେ ଟାଉନ ଥାନା ଦ୍ୱାରା ୫ ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତମାନେ ହେଲେ ସଦର ଥାନା ଅନ୍ତର୍ଗତ ମଠ କାଙ୍କୁଡାର ଭାସ୍କର ଚନ୍ଦ୍ର ଦାସ ୪୨, କପିଳେଶ୍ୱରପୁରର ବିଜୁ ଭୋଇ ୪୭, କାଙ୍କୁଡାର ଶଙ୍କର ପ୍ରଧାନ ୩୨, କପିଳେଶ୍ୱରପୁରର ସୁଶାନ୍ତ କୁମାର ପ୍ରଧାନ ୩୫ ଓ ବିଷ୍ଣୁ ପ୍ରସାଦ ନାୟକ ୨୬ l ଅଭିଯୁକ୍ତ ମାନଙ୍କ ନିକଟରୁ ୩ଟି ଜରିପାଲ ଓ ଗୋଟିଏ ଏଲଇଡି ଲାଇଟ ଜବତ କରାଯାଇଛି l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ପିଡବ୍ଲୁଡି କଲୋନୀରେ ଦୋଳମଣ୍ଡପ ସାହିର ଅଜୟ ବିଶ୍ୱାଳଙ୍କ ଟେଣ୍ଟ ହାଉସ ଷ୍ଟୋର ରୁମ ଥିଲା l ତାଙ୍କ ଷ୍ଟୋର ରୁମରୁ କିଛି ଜିନିଷ ଚୋରି ହୋଇଥିଲା l ଚୋରି ଘଟଣା ନେଇ ପୂର୍ବରୁ କାମ କରୁଥିବା ବିଜୁ ଓ ଶଙ୍କର କୁ ଶ୍ରୀ ବିଶ୍ୱାଳ ପଚାରିଥିଲେ l ବିଜୁ ଓ ଶଙ୍କର ଏନେଇ ଶ୍ରୀ ବିଶ୍ୱାଳଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ l ଏ ନେଇ ଶ୍ରୀ ବିଶ୍ୱାଳ ଗତ ୧୭ ତାରିଖରେ ଥାନାରେ ଅଭିଯୋଗ କରିଥିଲେ l ଅଭିଯୋଗ କ୍ରମେ ୩୭୨/୨୦୨୫ ନମ୍ବର ମାମଲା ରୁଜୁ କରାଯାଇଥିଲା l ତଦନ୍ତ ପରେ ପୂର୍ବରୁ ଟେଣ୍ଟ ହାଉସରେ କାମ କରୁଥିବା ବିଜୁ ଓ ଶଙ୍କର ଚୋରି କରିଥିଲେ l ଶଙ୍କର ଓ ଅନ୍ୟଜଣେ ଭାସ୍କର ଚୋରି ଜିନିଷ ବିଷ୍ଣୁ ଓ ସୁଶାନ୍ତକୁ ଦେଇଥିଲେ l ସମସ୍ତ ଅଭିଯୁକ୍ତକୁ ଗିରଫ କରାଯାଇ ଗୁରୁବାର କୋର୍ଟ ଚାଲାଣ କରାଯାଇଥିଲା l
No comments yet.