🗂 Local | 🕒 23 Aug 2025, 14:55 IST
ପୁରୀ ପାଖେଇ ଆସୁଛି ଗଣେଶ ପୂଜା। ବଜାର ରେ ପ୍ରଭୁ ଗଣେଶ ଙ୍କ ମୂର୍ତ୍ତି ବିକ୍ରି ଆରମ୍ଭ ହେଲାଣି। ଭଳିକି ଭଳି ରଙ୍ଗ ବେରଙ୍ଗ ବିଭିନ୍ନ ଡିଜାଇନ୍ ଗଣେଶ ମୂର୍ତି ଏବେ ବଜାର ରେ ବିକ୍ରି ହେଉଚି। ତେବେ ବଜାର ରେ ଏବେ ମାଟି ମୂର୍ତ୍ତି ବଦଳରେ ସ୍ଥାନ ନେଇଛି ପ୍ଲାଷ୍ଟର ପ୍ୟାରିସ ରେ ନିର୍ମିତ ମୂର୍ତ୍ତି। ଗ୍ରାହକ ଙ୍କ ଚାହିଦା କୁ ନେଇ ବଜାର ରେ ବହୁଳ ଭାବରେ ବିକ୍ରି ହେଉଚି ପ୍ଲାଷ୍ଟ ପ୍ୟାରିସ ରେ ପ୍ରସ୍ତୁତ ମୂର୍ତ୍ତି । ମାଟି ମୂର୍ତ୍ତି ଅପେକ୍ଷା ହାଲୁକା ଓ ଯଥେଷ୍ଟ କମ ଦାମ ରହୁଥିବାରୁ ଏହାର ଚାହିଦା ବଢ଼ି ଚାଲିଚି। ହେଲେ ଅନେକ ଲୋକ ଜାଣି ନାହାନ୍ତି ଏହି ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତି ନେଇ ସେମାନେ ପରିବେଶ କୁ ପ୍ରଦୂଷଣ କରୁଛନ୍ତି। ପ୍ଲାଷ୍ଟର ପ୍ୟାରିସ ରେ ତିଆରି ମୂର୍ତ୍ତି କୁ ପୂଜା ପରେ ନଦୀ, ପୋଖିରି ଆଦିରେ ପକାଇଲେ ଜଳ ପ୍ରଦୂଷଣ ହୋଇଥାଏ। ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତି ପାଣି ରେ ବହୁତ୍ ଦିନ ପର୍ଯ୍ୟନ୍ତ ମିଳେଇ ନଥାଏ। ଏଥିରେ ବ୍ୟବହୃତ ହୋଇଥିବା ରାସାୟନିକ ପଦାର୍ଥ ସବୁ ଜଳ ରେ ମିଶି ଜଳ କୁ ପ୍ରଦୂଷିତ କରିବା ସହ ଜଳ ଯିବ ଙ୍କ ମୃତ୍ୟୁ ର କାରଣ ହୋଇଥାଏ। ମାଟିରେ ନିର୍ମିତ ମୂର୍ତ୍ତି ପାଣି ପକାଇଲେ ଏହାକୁ କିଛି ଦିନ ଭିତରେ ପାଣିରେ ମିଳେଇ ଯାଇଥାଏ। ଏହା ଜଳ କୁ ପ୍ରଦୂଷଣ କରିନଥାଏ। ଏଣୁ ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତି ବ୍ୟବହାର ନ କରିବା ପାଇଁ ପରିବେଶବିତ୍ ମାନେ ଲୋକ ଙ୍କୁ ସଚେତନ କରୁଛନ୍ତି। ବଡ ବଡ ସହର ରେ କେବଳ ମାଟି ରେ ମୂର୍ତ୍ତି ନିର୍ମାଣ କରାଯାଉଛି। ଆମ ଦେଶରେ ବଡ ବଡ ସହର ରେ ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତି ନିର୍ମାଣ ମଧ୍ୟ ନିଷିଦ୍ଧ ରହିଚି। ହେଲେ ଆମ ଓଡ଼ିଶାରେ ଏ ନେଇ କୌଣସି କଟକଣା ନନଥିବାରୁ ପାର୍ବଣ ସମୟ ଅଧିକ ଲାଭ ଆଶା ବ୍ୟବସାୟୀ ମାନେ ପରିବେଶ କୁ ପ୍ରଦୂଷଣ କରୁଥିବା ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତି ବିକ୍ରି କରୁଛନ୍ତି। ଲୋକ ଙ୍କ ଭିତରେ ସଚେତନତା ଅଭାବ ରୁ ଶସ୍ତା ରେ ଏହି ମୂର୍ତି କିଣି ପରିବେଶ କୁ ପ୍ରଦୂଷଣ କରୁଛନ୍ତି।
ସେପଟେ ଏହି ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତି କୁ ନେଇ ମାଟିମୂର୍ତ୍ତି ପ୍ରସ୍ତୁତ କରୁଥିବା କାରିଗର ଙ୍କ ଜୀବନ ଜୀବିକା ମଧ୍ୟ ସଙ୍କଟ ରେ । ବଜାର ରେ କମ୍ ଦାମ ରେ ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତି ର ଚାହିଦା ଯୋଗୁ ମାଟି ମୂର୍ତ୍ତୀ ର ଚାହିଦା କମିବାରେ ଲାଗିଛି। ଦିନ କୁ ଦିନ ମାଟି ମୂର୍ତ୍ତୀ ପାଇଁ ଆବଶ୍ୟକ ହେଉଥିବା କଞ୍ଚାମାଲ ର ଦର ବୃଦ୍ଧି ପାଉଥିବା ବେଳେ ମାଟି ମୂର୍ତ୍ତୀ ର ଚାହିଦା କମିବା ଯୋଗୁ ନିଜ ଜୀବନ ଜୀବିକା କୁ ନେଇ ଆଶା ଆଶଙ୍କା ରେ ମାଟି ମୂର୍ତ୍ତି କାରିଗର। ୨ ଫୁଟ ର ଏକ ମାଟି ମୂର୍ତ୍ତୀ ୧୮୦୦ ଟଙ୍କା ଦର ଥିବା ବେଳେ ୨ ଫୁଟ ର ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତି ବଜାର ରେ ୫୦୦ ରୁ ୭୦୦ ଟଙ୍କା ମଧ୍ୟ ରେ ବିକ୍ରି ହେଉଚି। ଏଣୁ ଗ୍ରାହକ ମାଟି ମୂର୍ତ୍ତୀ ନେବାକୁ ଆଗ୍ରହ ପ୍ରକାଶ କରୁନଥିବା ବେଳେ ଏହି ସ୍ଥିତି ରହିଲେ ଆଗାମୀ ଦିନ ରେ ମାଟି ମୂର୍ତ୍ତୀ କାରିଗର ଙ୍କ କୌଳିକ ବୃତ୍ତି ସମ୍ପୂର୍ଣ ଲୋପ ପାଇଯିବାର ଆଶଂକା ରହିଚି। ଏଣୁ ପରିବେଶ ପ୍ରଦୂଷଣ କୁ ରୋକିବା ସହ ମାଟି ମୂର୍ତ୍ତୀ କାରିଗର ଙ୍କ ଜୀବନ ଜୀବିକା ସୁରକ୍ଷା ପାଇଁ ସରକାର ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତି ବିକ୍ରି ଉପରେ କଟକଣା ଲଗାଇବାକୁ ମାଟି ମୂର୍ତ୍ତି କାରିଗର କହିଛନ୍ତି। ପୁରୀ ସହର ର କୁମ୍ଭାରପଡ଼ା, ଜେନାପୁର, ଟିକରପଡ଼ା, ଚାରିନଳା, ଅଠରନଳା ରେ ୪୧୧ କୁମ୍ଭକାର ପରିବାର ବାସ କରନ୍ତି। ଏମାନେ ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ପାଇଁ ମାଟି କୁଡ଼ୁଆ ସମେତ ପାର୍ବଣ ସମୟ ରେ ମାଟି ମୂର୍ତ୍ତୀ କରି ନିଜ ର କୌଳିକ ବୃତ୍ତି କୁ ଜାରି ରଖିଛନ୍ତି। ହେଲେ ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତି ଚାହିଦା ଯୋଗୁ ଏବେ ମାଟି ମୂର୍ତ୍ତି କାରିଗର ଙ୍କ କୌଳିକ ବୃତ୍ତି ସଙ୍କଟ ରେ ।
ତେବେ ମାଟିରେ ନିର୍ମିତ ମୂର୍ତ୍ତି ରେ ଦେବଦେବୀ ଙ୍କୁ ପୂଜା କରିବା ଆମର ବିଧି ରହିଚି। ଏହା ଶାସ୍ତ୍ର ରେ ମଧ୍ୟ ଉଲ୍ଲେଖ ରହିଛି। ମାଟି ରେ ଦେବଦେବୀ ଙ୍କ ପ୍ରତିମୂର୍ତ୍ତି ପୂଜା କଲେ ଠାକୁର ଆଶୀର୍ବାଦ ମଲିଥାଏ। ତେବେ ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତି କୁ ପୂଜା କରିବା ଆମ ପରମ୍ପରା ବିରୁଧ। ଏଣୁ ଶ୍ରଦ୍ଧାଳୁ ମାନେ ପୂର୍ବ ଭଳି ମାଟି ମୂର୍ତ୍ତୀ ନେଇ ପୂଜା କରି ଠାକୁର ଙ୍କ ସିଦ୍ଧି ଲାଭ କରନ୍ତୁ ବୋଲି ଶ୍ରୀ ମନ୍ଦିର ସେବାୟତ ମତ ରଖିଛନ୍ତି।
କୁମ୍ଭାରପଡ଼ା ର ଜଣେ ମୂର୍ତ୍ତି କାରିଗର କୈଳାସ ଚନ୍ଦ୍ର ବିଶୋଇ ନିଜ ପ୍ରତିକ୍ରିୟାରେ କହିଛନ୍ତି, ମୁଁ ୨୦ ବର୍ଷ ହେବ ମାଟି ମୂର୍ତ୍ତୀ ନିର୍ମାଣ କରି ବ୍ୟବସାୟ କରୁଚି। ପୂର୍ବରୁ ୨୦ ବର୍ଷ ତଳେ ଓଡ଼ିଶାରେ ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତି ଚାହିଦା ନଥିଲା। କଲିକତା, ବମ୍ବେ ଭଳି ବଡ ସହର ରେ ଏହାର ଚାହିଦା ଅଧିକ ରହିଥିଲା। ସେଠାରେ ତାଙ୍କ ସରକାର ଏହାକୁ ନିଷିଦ୍ଧ କରିବା ପରେ ଏହା ଏବେ ଓଡ଼ିଶାରେ ବିକ୍ରି ହେଉଚି।ଏହା ବହୁଳ ପରିମାଣ ରେ ଚାଲିଚି। ଯେହେତୁ ମାଟି ମୂର୍ତ୍ତି ଅପେକ୍ଷା ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତି ଦର କମ ରହିଚି ଲୋକ ମାନେ ଏହାକୁ କିଣିବାକୁ ପସନ୍ଦ କରୁଚନ୍ତି। ଯେଉଁ ୨ ଫୁଟିଆ ମୂର୍ତ୍ତି ଆମେ ୧୮୦୦ ଟଙ୍କା ଦର ରଖିଛୁ ତାହା ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତୀ ନେଲେ ମାତ୍ର ୫୦୦ ରୁ ୭୦୦ ଟଙ୍କା ରହିଚି। ଫଳରେ ଆମ ବ୍ୟବସାୟ ଉପରେ ବହୁତ୍ ପ୍ରଭାବ ପଡୁଛି। ଏଣୁ ବାଧ୍ୟ ହୋଇ ଆମେ କମ୍ ଦାମ ମାଟି ମୂର୍ତ୍ତି ବିକ୍ରି କରୁଚୁ। ମୂର୍ତ୍ତି ନିର୍ମାଣ ଖର୍ଚ୍ଚ ଓ ଆମ ମଜୁରୀ କୁ ହିସାବ କଲେ ବହୁତ୍ କମ୍ ଲାଭ ବାହାରୁଚି। ଏଣୁ ସରକାର ପରିବେଶ ସୁରକ୍ଷା ସହ ଆମ ମୂର୍ତ୍ତି କାରିଗର ଙ୍କ ଜୀବନ ଜୀବିକା ସୁରକ୍ଷା ପାଇଁ ଆମ ରାଜ୍ୟ ରେ ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତି ବିକ୍ରି ଉପରେ କଟକଣା ଲଗାଇବା ଉଚିତ୍।
ଶ୍ରୀ ମନ୍ଦିର କୁମ୍ଭକାର ନିଯୋଗ ର ସଭାପତି ମହେନ୍ଦ୍ର ବିଶୋୟୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, କୁମ୍ଭାକାର ଶିଳ୍ପୀ କାରିଗର ମାନେ ଅପେକ୍ଷା ରେ ଥାଆନ୍ତି ଏହି ପାର୍ବଣ ଋତୁ କୁ । ଏହି ସମୟ ମାଟି ମୂର୍ତ୍ତୀ ନିର୍ମାଣ କରି ଦୁଇ ପଇସା ରୋଜଗାର ଆଶା ଥାଏ। ତେବେ ପାର୍ବଣ ସମୟ ରେ ମାଟି ମୂର୍ତ୍ତୀ ପୂଜା କରାଯିବାର ବିଧି ରହିଛି। ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତି ପୂଜା ବିଧି ପରମ୍ପରା ବିରୋଧୀ। ଶାସ୍ତ୍ର ରେ ଏହା ଉଲ୍ଲେଖ ଅଛି। ଆମେ ଶ୍ରଦ୍ଧାଳୁ ଙ୍କୁ ଅନୁରୋଧ କରୁଚୁ ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତି ନ ନେଇ ବିଧି ଅନୁଯାୟୀ ମାଟି ମୂର୍ତ୍ତୀ ନେଇ ପୂଜା କରନ୍ତୁ । ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତି ଜଳ କୁ ପ୍ରଦୂଷିତ କରେ। ହେଲେ ମାଟି ମୂର୍ତ୍ତୀ ରେ ଏହା ହୋଇନଥାଏ। ଏଣୁ ଶ୍ରଦ୍ଧାଳୁ ମାନେ ବିଧି କୁ ମାନିବା ସହ ପରିବେଶ ସୁରକ୍ଷା ପାଇଁ ମାଟି ରେ ନିର୍ମିତ ମୂର୍ତ୍ତି ପୂଜା କରନ୍ତୁ। ଏହା ଗରିବ ମାଟି ମୂର୍ତ୍ତି କାରିଗର ଙ୍କ ଜୀବନ ଜୀବିକା ସୁରକ୍ଷା ହୋଇ ପାରିବ।
ପରିବେଶବିତ୍ ସରୋଜ କୁମାର ଜେନା ନିଜ ପ୍ରତିକ୍ରିୟାରେ କହିଛନ୍ତି, ବଜାର ରେ ଯେଉଁ ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତି ବିକ୍ରି ହେଉଚି ତାହା ସମ୍ପୂର୍ଣ ବନ୍ଦ ହେବା ଉଚିତ୍। ସରକାର ଏହାର ବିକ୍ରି ଉପରେ କଟକଣା କରିବା ଉଚିତ୍। ପ୍ଲାଷ୍ଟର ପ୍ୟାରିସ ଯୋଗୁ ଜଳ, ମାଟି ଓ ବାୟୁ ସବୁ ପ୍ରଦୂଷଣ ହେଉଚି । ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତି ବିକ୍ରି ଯୋଗୁ ମାଟି ମୂର୍ତ୍ତି ନିର୍ମାଣ କରୁଥିବା କୁମ୍ଭକାର ଙ୍କ କୌଳିକ ବୃତ୍ତି ମଧ୍ୟ ସଙ୍କଟ ସୃଷ୍ଟି ହେଲାଣି। ପ୍ଲାଷ୍ଟର ପ୍ୟାରିସ ଏକ ରାସାୟନିକ ପଦାର୍ଥ ରେ ତିଆରି ହୋଇଥିବାରୁ ଏହାକୁ ପାଣିରେ ପକାଇଲେ ଏହା ମାଟି ମୂର୍ତ୍ତୀ ଭଳି ଶୀଘ୍ର ମିଳାଇବ ନାହିଁ। ଫଳରେ ଦୀର୍ଘଦିନ ଜଳ ରେ ରହି ଏହା ଜଳ କୁ ପ୍ରଦୂଷିତ କରିବ। ଏହା ଦ୍ଵାରା ଜଳ ଜିବ ଙ୍କ ଜୀବନ ଯିବା ସହ ଏହି ପ୍ରଦୂଷିତ ଜଳ କୁ ମଣିଷ ବ୍ୟବହାର କଲେ ନାନା ସମସ୍ୟା ଦେଖାଦେବ। ଏଣୁ ପରିବେଶ ର ସୁରକ୍ଷା ପାଇଁ ସରକାର ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତି ବିକ୍ରି ଉପରେ କଟକଣା କରନ୍ତୁ। ବିଶେଷକରି ପ୍ରଶାସନ ପକ୍ଷରୁ ଏ ନେଇ ଜନ ସଚେତନତା କରାଯିବା ଆବଶ୍ୟକତା ରହିଚି।
ଶ୍ରୀ ମନ୍ଦିର ସେବାୟତ ଶରତ ମହାନ୍ତି ନିଜ ପ୍ରତିକ୍ରିୟାରେ କହିଛନ୍ତି, ପାର୍ବଣ ସମୟ ରେ ଆମେ ଯେତେ ଠାକୁର ଙ୍କୁ ଆବାହନ କରିଥାଉ ସେମାନଙ୍କୁ ବିସର୍ଜନ କରାଯାଏ। ନଦୀ ଗର୍ଭ ରେ ବିସର୍ଜିତ ହୁଅନ୍ତି। ବିଧି ଅନୁଯାୟୀ ଦେବଦେବୀ ଙ୍କୁ ମାଟି ନିର୍ମିତ ମୂର୍ତ୍ତି ରେ ପୂଜା କରାଯାଏ। ଏହାକୁ ଜୀବନ୍ୟାସ ଦିଆଯାଇଥାଏ। ଯେତେବେଳେ ଏହାକୁ ବିସର୍ଜନ କରାଯାଇଥାଏ ଏହା ପ୍ରକୃତିରେ ମିଶି ଯାଇଥାଏ। ତେବେ ଆଜି କାଲି ପ୍ଲାଷ୍ଟର ପ୍ୟାରିସ ରେ ମୂର୍ତ୍ତି ଲୋକ ମାନେ ପୂଜା କରୁଚନ୍ତି। ଯାହା ବିଧି ସମ୍ମତ ନୁହେଁ। ମତି ମୂର୍ତ୍ତି ରେ ପୂଜା କଲେ ସ୍ବତନ୍ତ୍ର ପ୍ରଭାବ ରହିଚି। ଏହାକୁ ପୂଜା କଲେ ସିଦ୍ଧିପ୍ରଦ। ମାଟି ରେ ନିର୍ମିତ ପ୍ରତିମା କୁ ପୂଜା କଲେ ମନସ୍ଲାମନା ପୂର୍ଣ୍ଣ ହୋଇଥାଏ। ତେବେ ଘରେ ସଜାଇବା ପାଇଁ ପ୍ଲାଷ୍ଟର ପ୍ୟାରିସ, ପ୍ଲାଷ୍ଟିକ ମୂର୍ତି ଠିକ୍ ହୋଇପାରେ ହେଲେ ପୂଜା ପାଇଁ ଏହା ବିଧି ସମ୍ମତ ନୁହେଁ।
No comments yet.