🗂 Local | 🕒 23 Aug 2025, 15:02 IST
ପୁରୀ ସହର ରେ ହେବ ଦିଲ୍ଲୀ ହାଟ ବଜାର ଭଳି ମାର୍କେଟ। ନବ ନିର୍ମିତ ଶ୍ରୀସେତୁ ତଳ ବଜାର କୁ ଦିଲ୍ଲୀ ହାଟ ବାଜାର ମଡେଲ ରେ କରାଯିବ।ବଜାର ରେ ମିଳିବ ଭଳିକି ଭଳି ଆକର୍ଷଣୀୟ ଡିଜାଇନ୍ ହସ୍ତଶିଳ୍ପ ସାମଗ୍ରୀ। ପୁରୀ କୁ ଆସୁଥିବା ପର୍ଯ୍ୟଟକ ମାନେ ମଧ୍ୟ ଏକ ନିଆରା ଅନୁଭୂତି ନେଇ ଫେରିବେ। ବଡ ଦାଣ୍ଡ ରୁ ଉଚ୍ଛେଦ ହୋଇଥିବା ଉଠା ଦୋକାନି ପାଇବେ ରୋଜଗାର। ଏମିତି ରଙ୍ଗୀନ ସ୍ବପ୍ନ ଦେଖାଇଥିଲେ ରାଜ୍ୟ ସରକାର। ନିଜେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପୁରୀ ଗସ୍ତ ରେ ଆସି ଗତ ଜାନୁଆରି ମାସରେ ଏହି କଥା ଗଣମାଧ୍ୟମ ର ସୂଚନା ଦେଇଥିଲେ । ତେବେ ଇତି ମଧ୍ୟରେ ୮ ମାସ ବିତିବାକୁ ବସିଥିବା ବେଳେ ପୁରୀ ରେ ଦିଲ୍ଲୀ ମଡେଲ ହାଟ ବଜାର କେବେ ଆରଂଭ ହେବ ସେ ନେଇ କୌଣସି ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ଜିଲା ପ୍ରଶାସନ ମଧ୍ୟ ଏହି ପ୍ରକଳ୍ପ ସମ୍ପର୍କ ର ମୁହଁ ଖୋଲୁନି। ତେବେ ପୁରୀ ରେ ଦିଲ୍ଲୀ ଭଳି ହାଟ ବଜାର ପ୍ରତିଷ୍ଠା ହେବ ନା କେବଳ ଏହା ଉଠା ଦୋକାନୀ ଙ୍କୁ ଭୁଆଁ ବୁଲାଇବା ପାଇଁ ଏକ ପ୍ରଚାର ସର୍ବସ୍ବ ଯୋଜନା ସେ ନେଇ ଏବେ ସବୁଆଡ଼େ ଚର୍ଚା।
<
ଗତ ୨୦୨୩ ଡ଼ିସେମ୍ବର ରେ ବଡ ଦାଣ୍ଡ ରେ ଥିବା ଉଠା ଦୋକାନୀ ଙ୍କୁ ଉଚ୍ଛେଦ କରାଯାଇଥିଲା। ବଡ ଦାଣ୍ଡ ରେ ଭିଡ ନିୟନ୍ତ୍ରଣ, ଶ୍ରୀ ମନ୍ଦିର କୁ ଆସୁଥିବା ଯାତ୍ରୀ ଙ୍କ ଯାତାୟାତ ସୁବିଧା ପାଇଁ ଶ୍ରୀ ମନ୍ଦିର ରୁ ମେଡିକାଲ ଛକ ଯାଏ ୧୨୦୦ ଉଠା ଦୋକାନୀ ଙ୍କୁ ଉଚ୍ଛେଦ କରାଯାଇଥିଲା। ପ୍ରତିଶ୍ରୁତି ଦିଆଯାଇଥିଲା ଥଇଥାନ କରାଯିବା। ଶ୍ରୀସେତୁ ବ୍ରିଜ ତଳେ ଏ ନେଇ ଏକ ବଜାର କରାଯିବା। ସରକାର ଙ୍କ ପ୍ରତିଶୃତି ମୁତାବକ ବଜାର ମଧ୍ୟ ହେଲା ଏବଂ ଷ୍ଟଲ ମଧ୍ୟ ହେଲା। ହେଲେ ଏକ ବର୍ଷ ରୁ ଅଧିକ ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଉକ୍ତ ସ୍ଥାନ କୁ ସାଧାରଣ ମୌଳିକ ସୁବିଧା ଶୌଚାଳୟ, ସ୍ଥାୟୀ ବିଦ୍ୟୁତ୍ ସଂଯୋଗ ବ୍ୟବସ୍ଥା କରାଯାଇନାହିଁ। କୌଣସି ସୁରକ୍ଷା ବ୍ୟବସ୍ଥା ମଧ୍ୟ ନାହିଁ। ଫଳରେ ସେଠାରେ ଦୋକାନ ଖୋଲିବା ପାଇଁ ଦୋକାନୀ ମାନେ ନିରାପଦ ମନେ କରୁନାହାନ୍ତି। ଆଉ ଏକ ସମସ୍ୟା ହେଉଚି ଶ୍ରୀସେତୁ ମାର୍କେଟ ଦେଇ ଶ୍ରୀ ମନ୍ଦିର କୁ ଶ୍ରଦ୍ଧାଳୁ ଙ୍କ ଯାତାୟାତ ନେଇ କୌଣସି ଭିତ୍ତିଭୂମି ନାହିଁ। ଫଳରେ ଲୋକ ଙ୍କ ଯାତାୟାତ ନ ଥିବାରୁ ସେଠାରେ ବ୍ୟବସାୟ ସମ୍ଭବ ନୁହେଁ ବୋଲି ଉଠା ଦୋକାନୀ କହିଛନ୍ତି। ଶ୍ରୀସେତୁ ମାର୍କେଟ କୁ କାର୍ଯ୍ୟକ୍ଷମ କରିବାକୁ ହେଲେ ଶ୍ରୀ ମନ୍ଦିର ଆସୁଥିବା ଭକ୍ତ କିଭଳି ଏହି ବଜାର କୁ ଆସିବେ ସେ ନେଇ ବ୍ୟବସ୍ଥା ସହ ସର୍ବନିମ୍ନ ମୌଳିକ ସୁବିଧା ଶୌଚାଳୟ, ପାନୀୟ ଜଳ, ବିଦ୍ୟୁତ୍ ସଂଯୋଗ ବ୍ୟବସ୍ଥା ସହିତ କଡା ସୁରକ୍ଷା ବ୍ୟବସ୍ଥା ଦରକାର। ନ ହେଲେ ଶ୍ରୀସେତୁ ମାର୍କେଟ ଚାଲିବା ସମ୍ଭବ ନୁହେଁ ବୋଲି ସେଠାରେ ବ୍ୟବସାୟ ଆଶା ରଖୁଥିବା ଉଠା ଦୋକାନୀ କହିଛନ୍ତି।
ବଡ ଦାଣ୍ଡ ରୁ ଉଚ୍ଛେଦ ହୋଇଥିବା ଜଣେ ଉଠା ଦୋକାନୀ ଶ୍ରୀକାନ୍ତ ଦାସ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଶ୍ରୀସେତୁ ତଳେ ଯେଉଁ ବଜାର ହୋଇଛି ଏଠାରେ ସର୍ବନିମ୍ନ ମୌଳିକ ସୁବିଧା ଶୌଚାଳୟ, ପାନୀୟ ଜଳ, ବିଦ୍ୟୁତ୍ ବ୍ୟବସ୍ଥା ସହ ସୁରକ୍ଷା ବ୍ୟବସ୍ଥା ନାହିଁ। ଏଠାକୁ କିଭଳି ପର୍ଯ୍ୟଟକ ଆସିବେ ସେ ନେଇ କୌଣସି ବ୍ୟବସ୍ଥା ନାହିଁ। ଏଣୁ ଏଠାରେ କେହି ଦୋକାନ ଖୋଲିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ଏଠାରେ କୌଣସି ସୁରକ୍ଷା ବ୍ୟବସ୍ଥା ନାହିଁ। ଏଣୁ ରାତିରେ ଦୋକାନ ରୁ ଚୋରି ହେବାର ଭୟ ରହିଚି। ଦୁଃଖ ର କଥା ଜିଲା ପ୍ରଶାସନ କୁ ବାରମ୍ବାର ଏ ନେଇ ଅଭିଯୋଗ କଲେ ମଧ୍ୟ କେହି କିଛି ଶୁଣୁନାହାନ୍ତି। ଶ୍ରୀ ମନ୍ଦିର ଆସୁଥିବା ଭକ୍ତ କିଭଳି ଏହି ବଜାର କୁ ଆସିବେ ସେ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କଲେ ଏହି ମାର୍କେଟ ଚାଲିବ। ନ ହେଲେ ଏଠାରେ ବଜାର ଚାଲିବା ସମ୍ଭବ ନୁହେଁ। ଆମେ ବହୁ ଆଶା ନେଇ ଏଠାକୁ ବ୍ୟବସାୟ ନେଇ ଆଶା ରଖିଛୁ। ହେଲେ ବର୍ତ୍ତମାନ ସ୍ଥିତି ଦେଖିଲେ ଆମେ ସମ୍ପୂର୍ଣ ଭାଙ୍ଗି ପଡିଛୁ।
ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି, ଶ୍ରୀସେତୁ ମାର୍କେଟ କୁ କାର୍ଯ୍ୟକ୍ଷମ କରିବାକୁ ଆମେ ପଦକ୍ଷେପ ନେଉଛୁ। ସେଠାରେ ପାନୀୟ ଜଳ, ବିଦ୍ୟୁତ୍ ବ୍ୟବସ୍ଥା ସହିତ ସୁରକ୍ଷା ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯାଉଛି। ଆଗାମୀ ୧୫ ରୁ ୨୦ ଦିନ ଭିତରେ ଏହି କାର୍ଯ୍ୟ ଶେଷ କରି ସେଠାରେ ବଜାର କୁ କାର୍ଯ୍ୟକ୍ଷମ କରିବୁ।
No comments yet.