🗂 Crime | 🕒 24 Aug 2025, 02:37 IST
ପୁରୀ, ଆକ୍ରମଣ କରି ମୋବାଇଲ ଲୁଟ କରିବା ଅଭିଯୋଗରେ କୁମ୍ଭାରପଡା ଥାନା ଦ୍ୱାରା ଜଣେ ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ଜଣକ ସର୍ବୋଦୟ ନଗରର ବିବେକାନନ୍ଦ ପରିଡା ୨୨ l ଗତ ଶୁକ୍ରବାର ଦିନ ଚନ୍ଦ୍ରକାନ୍ତ ପରିଡା ଥାନାରେ ଅଭିଯୋଗ କରିଥିଲେ ଯେ ସେ ତାଙ୍କର ଅନ୍ୟଜଣେ ବନ୍ଧୁଙ୍କ ସହ ଏସସିଏସ କଲେଜ ଛକ ନିକଟରେ ବିରିୟାନୀ ଦୋକନ କରିଛନ୍ତି l ଅଭିଯୁକ୍ତ ତାଙ୍କର ଅନ୍ୟ ସାଂଗଙ୍କ ସହ ବିରିୟାନୀ ଖାଇବାକୁ ଆସିଥିଲେ l ବିରିୟାନୀ ଅଭାବ ଯୋଗୁଁ ସେମାନଙ୍କୁ ବିରିୟାନୀ ଯୋଗାଇବାକୁ ମନା କରି ଦେଇଥିଲେ l ପରେ ଅଭିଯୁକ୍ତମାନେ ଚନ୍ଦ୍ରକାନ୍ତ ଏବଂ ତାଙ୍କ ବନ୍ଧୁ ସୂର୍ଯ୍ୟକାନ୍ତ ସ୍ୱାଇଁଙ୍କୁ ଖରାପ ଭାଷାରେ ଗାଳି ଦେଇଥିଲେ। ଏଥିସହ ସେମାନେ ସେଠାରେ ବିରିୟାନୀ ଦୋକାନ ନ ଖୋଲିବାକୁ ଧମକ ଦେଇଥିଲେ। ତା’ପରେ ସେମାନେ ସେହି ସ୍ଥାନ ଛାଡି ଚାଲିଯାଇଥିଲେ l ପୁଣି ପ୍ରାୟ ୨୦ ମିନିଟ୍ ପରେ ବିବେକାନନ୍ଦ ପରିଡା, ଜ୍ୟୋତି ରଞ୍ଜନ ଏବଂ ଗୌତମ ଦୋକାନକୁ ଆସି ଆକ୍ରମଣ କରିଥିଲେ। ସୂର୍ଯ୍ୟକାନ୍ତ ସ୍ୱାଇଁଙ୍କ ମୁହଁ ଏବଂ ଓଠରେ ଆଘାତ ଲାଗିଥିଲା। ବାଉଁଶ ବାଡ଼ି ସାହାଯ୍ୟରେ ଚନ୍ଦ୍ରକାନ୍ତ ପରିଡାଙ୍କୁ ମଧ୍ୟ ପିଟିଥିଲେ l ଯାହା ଫଳରେ ତାଙ୍କର ବାମ ହାତରେ ଗଭୀର ଆଘାତ ଲାଗିଥିଲା l ଅଭିଯୁକ୍ତମାନେ ଗୋଟିଏ ମୋବାଇଲ ଚୋରି କରି ନେଇ ଫେରାର ହୋଇଥିଲେ l ଚନ୍ଦ୍ରକାନ୍ତ ପରିଡାଙ୍କ ଅଭିଯୋଗ କ୍ରମେ ଥାନାରେ ୩୮୩/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତ ବିବେକାନନ୍ଦକୁ ଗିରଫ କରାଯାଇ ଶନିବାର କୋର୍ଟ ଚାଲାଣ କରାଯାଇଥିଲା l
No comments yet.