ପୁରୀର ନୂତନ ଏସପି ଭାବେ ଦାୟିତ୍ଵ ନେଇଛନ୍ତି ଆଇପିଏସ୍ ପ୍ରତୀକ ସିଂ। - NILACHALA SAMACHAR
Article Image

ପୁରୀର ନୂତନ ଏସପି ଭାବେ ଦାୟିତ୍ଵ ନେଇଛନ୍ତି ଆଇପିଏସ୍ ପ୍ରତୀକ ସିଂ।

🗂 Local | 🕒 25 Aug 2025, 15:52 IST

ପୁରୀର ନୂତନ ଏସପି ଭାବେ ଦାୟିତ୍ଵ ନେଇଛନ୍ତି ଆଇପିଏସ୍ ପ୍ରତୀକ ସିଂ। ବିଧିବଦ୍ଧ ଭାବରେ ଦାୟିତ୍ଵ ନେବା ପୂର୍ବରୁ ଆଜି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ପ୍ରତୀକ ସିଂ। ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ସେ ପହଞ୍ଚିବା ପରେ ଜିଲ୍ଲା ପୋଲିସର ବରିଷ୍ଠ ଅଧିକାରୀ ଏବଂ ସେବାୟତମାନେ ସ୍ବାଗତ କରିଥିଲେ। ପରେ ଶ୍ରୀମନ୍ଦିର କୁ ଯାଇ ରତ୍ନସିଂହାସନରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିଥିଲେ। ମହାପ୍ରଭୁଙ୍କ ଦର୍ଶନ କରିବା ପରେ ନିଜ ପ୍ରତିକ୍ରିୟାରେ ପୁରୀର ନୂତନ ଏସପି ପ୍ରତୀକ ସିଂ କହିଛନ୍ତି ପୁରୀରେ ଏସପି ଭାବରେ ନିଯୁକ୍ତି ହେବା ମୋ ପାଇଁ ବହୁତ ସୌଭାଗ୍ୟର କଥା। ମହାପ୍ରଭୁଙ୍କର ଆଶୀର୍ବାଦ ନେଇ ଆଗାମୀ କାର୍ଯ୍ୟ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ବୋଲି କହିଛନ୍ତି ପ୍ରତୀକ ସିଂ। ଶ୍ରୀମନ୍ଦିରର ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ଏବଂ ପର୍ଯ୍ୟଟକଙ୍କ ସୁରକ୍ଷା ପୋଲିସର ମୁଖ୍ୟ ପ୍ରାଥମିକତା କାର୍ଯ୍ୟ ହେବ ବୋଲି ସେ କହିଛନ୍ତି। ସେହିପରି ପୁରୀ ଜିଲ୍ଲାର ଆଇନଶୃଙ୍ଖଳା ସ୍ଥିତି ବଜାୟ ରଖିବା ପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହିତ ଆଲୋଚନା କରି ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ ବୋଲି ନୂତନ ଏସପି ପ୍ରତୀକ ସିଂ କହିଛନ୍ତି। 



💬 Leave a Comment

🗨️ Approved Comments

No comments yet.

🔗 Share this article: