🗂 Local | 🕒 25 Aug 2025, 18:33 IST
ପୁରୀ, ଜାତୀୟ ରାଜପଥ ମାଳତୀପାଟପୁର ଓଭରବ୍ରିଜ ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି l ଯୁବକଙ୍କ ମୃତଦେହ ସଦର ଥାନା ପୁଲିସ ଦ୍ୱାରା ବ୍ୟବଚ୍ଛେଦ କରାଯାଇଛି l ଯୁବକଙ୍କ ପରିଚୟ ଚନ୍ଦନପୁର ଥାନା ଅନ୍ତର୍ଗତ ଜାତିପୁରର ଦିଲ୍ଲୀପ ପ୍ରଧାନ ୩୦ l ପ୍ରକାଶ ଯେ ଗତ ରବିବାର ବିଳମ୍ବିତ ରାତ୍ରରେ ଦିଲ୍ଲୀପ ତାଙ୍କର ଓଡି ୦୨ଏଆର ୫୩୫୧ ନମ୍ବର ବିଶିଷ୍ଟ ବାଇକ ଯୋଗେ ପୁରୀରୁ ଘରକୁ ଫେରୁଥିଲେ l ଏକ ଅଜଣା ଗାଡି ଧକ୍କା ଦେବା ଫଳରେ ଦିଲ୍ଲୀପ ଭାରସାମ୍ୟ ହରାଇ ବାଇକ ସହ ନିସ୍ତେଜ ଅବସ୍ଥାରେ ପଡ଼ିଥିଲେ l ଘଟଣା ସ୍ଥଳରୁ ହାଇୱେ ପେଟ୍ରୋଲିଂ ଦାୟିତ୍ୱରେ ଥିବା ଏସପିଓ ଗଗନ ବିହାରୀ ସ୍ୱାଇଁ ତାଙ୍କର ଟିମ ସହ ଦିଲ୍ଲୀପଙ୍କୁ ଉଦ୍ଧାର କରି ମେଡିକାଲ ଆଣିଥିଲେ l ଡାକ୍ତର ମୃତ ଘୋଷଣା କରି ବ୍ୟବଚ୍ଛେଦ ପାଇଁ ଜଣାଇଥିଲେ l ସୋମବାର ସଦର ଥାନା ପୁଲିସ ୫୦୧/୨୦୨୫ ନମ୍ବର ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଥିଲେ l
No comments yet.