ରିକ୍ସାକୁ ଧକ୍କା ଦେଲା ବାଇକ, ଜଣେ ପର୍ଯ୍ୟଟକ ମୃତ - NILACHALA SAMACHAR
Article Image

ରିକ୍ସାକୁ ଧକ୍କା ଦେଲା ବାଇକ, ଜଣେ ପର୍ଯ୍ୟଟକ ମୃତ

🗂 Local | 🕒 26 Aug 2025, 20:52 IST

 

ପୁରୀ, ୨୬/8 : ଆଜି ମାଉସୀ ମା ମନ୍ଦିର ନିକଟ ବଡଦାଣ୍ଡରେ ରିକ୍ସା ସହ ଏକ ବାଇକ ଧକ୍କା ହୋଇଛି l ରିକ୍ସାରେ ଥିବା ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି l ମୃତ ପର୍ଯ୍ୟଟକଙ୍କ ପରିଚୟ ଦିଲ୍ଲୀର ଯୋଗେନ୍ଦ୍ର ସିଂହ ୬୫ l ଟ୍ରାଫିକ ଥାନା ପୁଲିସ ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପରିବାରକୁ ଜଣାଇଛନ୍ତି l ଅନ୍ୟ ପକ୍ଷରେ ବାଇକରେ ଥିବା ଦୁଇଜଣ ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ରିକ୍ସା ଚାଳକ ମଧ୍ୟ ଆହତ ହୋଇ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି l ପ୍ରକାଶ ଯେ ଯୋଗେନ୍ଦ୍ର ତାଙ୍କର ପଡୋଶୀ ରାଜେନ୍ଦ୍ର ସିଂହ ଙ୍କ ପୁରୀ ବୁଲିବାକୁ ଆସିଥିଲେ l ପୁରୀରେ ରହୁଥିବା କଣ୍ଟିଲୋ ନୀଳ ମାଧବର ଗଣେଶ ନାୟକ ୫୦ଙ୍କ ରିକ୍ସାରେ ବସି ଯୋଗେନ୍ଦ୍ର ଓ ରାଜେନ୍ଦ୍ର ଶ୍ରୀମନ୍ଦିର ଆଡକୁ ଯିବା ପାଇଁ ରାସ୍ତା ଅତିକ୍ରମ କରୁଥିବା ବେଳେ ବଡଦାଣ୍ଡରେ ଦ୍ରୁତ ଗତିରେ ଆସୁଥିବା ଓଡି ୦୨ଡିସି ୬୫୩୬ ନମ୍ବର ବିଶିଷ୍ଟ ବାଇକ ଧକ୍କା ଦେଇଥିଲା l ସମସ୍ତେ ଆହତ ହୋଇଥିଲେ l ପିସିଆର ସମସ୍ତଙ୍କୁ ମେଡିକାଲ ଆଣିଥିଲେ l ଡାକ୍ତର ଯୋଗେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ l ଟ୍ରାଫିକ ଥାନା ପୁଲିସ ଘଟଣା ସମ୍ପର୍କରେ ଅନୁସନ୍ଧାନ କରୁଥିବା ଜଣାଯାଇଛି l ମୃତକଙ୍କ ପୁତ୍ର ଦିଲ୍ଲୀରେ ଜଣେ ସବ ଇନ୍ସପେକ୍ଟର ଥିବା ଜଣାଯାଇଛି l

💬 Leave a Comment

🗨️ Approved Comments

No comments yet.

🔗 Share this article: