ପୁଣି ଶ୍ରୀମନ୍ଦିର ଭିତରେ ପଶିଲା ହିଡେନ୍ କ୍ୟାମେରା, ସୁରକ୍ଷା କର୍ମୀଙ୍କ ହାତରେ ଧରାପଡ଼ିଲେ ଯୁବକ - NILACHALA SAMACHAR
Article Image

ପୁଣି ଶ୍ରୀମନ୍ଦିର ଭିତରେ ପଶିଲା ହିଡେନ୍ କ୍ୟାମେରା, ସୁରକ୍ଷା କର୍ମୀଙ୍କ ହାତରେ ଧରାପଡ଼ିଲେ ଯୁବକ

🗂 Art & Culture | 🕒 27 Aug 2025, 18:23 IST

ପୁରୀ:୨୭/୮  ପୁଣି ଶ୍ରୀମନ୍ଦିର ଭିତରେ ପଶିଲା ହିଡେନ୍ କ୍ୟାମେରା । ଶ୍ରୀମନ୍ଦିର ଭିତରେ ଚଷମା ସହିତ ସଂଯୁକ୍ତ ହିଡେନ୍ କ୍ୟାମେରା ନେଇ ଜଣେ ବ୍ୟକ୍ତି ଭିଜୁଆଲ ସୁଟିଂ କରୁଥିବା ସମୟରେ ସୁରକ୍ଷା କର୍ମୀଙ୍କ ହାତରେ ଧରାପଡ଼ିଛନ୍ତି। ସମ୍ପୃକ୍ତ ବ୍ୟକ୍ତିଙ୍କୁ ସିଂହଦ୍ଵାର ଥାନାରେ ଅଟକ ରଖି ପୋଲିସ ପକ୍ଷରୁ ପଚରାଉଚରା କରାଯାଉଛି ।

ଅଟକ ଥିବା ବ୍ୟକ୍ତି ଜଣକ ପଶ୍ଚିମବଙ୍ଗ ଚବିଶ ପ୍ରଗଣା ଅଞ୍ଚଳର ଅରୂପ ରାୟ । ଆଜି ସକାଳେ ଅରୂପ ପରିବାର ସହିତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥିଲେ। ଦର୍ଶନ ପାଇଁ ଯିବା ବେଳେ ଚଷମା ସଂଯୁକ୍ତ ହିଡେନ୍ କ୍ୟାମେରା ଶ୍ରୀମନ୍ଦିରକୁ ନେଇ ପ୍ରବେଶ କରିଥିଲେ । ହିଡେନ୍ କ୍ୟାମେରାରେ ଶ୍ରୀମନ୍ଦିର ଭିତରେ ସୁଟିଂ କରୁଥିବା ବେଳେ ସୁରକ୍ଷା କର୍ମୀ ସନ୍ଦେହ କରିଥିଲେ ।

ତେବେ ଯାଞ୍ଚ ପରେ ସମ୍ପୃକ୍ତ ବ୍ୟକ୍ତି ଜଣକ ହିଡେନ୍ କ୍ୟାମେରାରେ ଶ୍ରୀମନ୍ଦିର ଭିତରର ଭିଜୁଆଲ ନେଉଥିବା ଜଣାପଡିଥିଲା । ସମ୍ପୃକ୍ତ ବ୍ୟକ୍ତିଙ୍କୁ ପ୍ରଥମେ ଗାରଦ ଓ ପରେ ସିଂହଦ୍ଵାର ଥାନାକୁ ନେଇଥିଲେ ସୁରକ୍ଷା କର୍ମୀ। ସେପଟେ ପୁରୀ ଏସପି କହିଛନ୍ତି ଶ୍ରୀମନ୍ଦିର ଭିତରେ ହିଡେନ କ୍ୟାମେରା ନେଇ ଯାଇଥିବା ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

କେଉଁ ପରିସ୍ଥିତିରେ ଏବଂ କଣ ଉଦ୍ଦେଶ୍ୟ ନେଇ ସେ ଶ୍ରୀମନ୍ଦିର ଭିତରକୁ ହିଡେନ୍ କ୍ୟାମେରା ନେଇ ଯାଇଥିଲେ ତାର ତଦନ୍ତ ଚାଲିଛି । ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ପୋଲିସ ମୋବାଇଲ ଫୋନ୍ ଜବତ କରିବା ସହ ହିଡେନ କ୍ୟାମେରା ସଂଯୁକ୍ତ ଚଷମା ମଧ୍ୟ ଜବତ କରିଛି ପୋଲିସ ।


💬 Leave a Comment

🗨️ Approved Comments

No comments yet.

🔗 Share this article: