ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍ - NILACHALA SAMACHAR
Article Image

ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍

🗂 Local | 🕒 28 Aug 2025, 00:40 IST


ପୁରୀ, ୨୭/୮ : ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍ l ନୋ ଫ୍ଲାଇଙ୍ଗ ଜୋନ୍ ରେ ପଇଁତରା ମାରିଛି ଡ୍ରୋନ । ମାର୍କେଟ ଛକରୁ ଶ୍ରୀମନ୍ଦିର ନିକଟ ,ପୁଣି ଶ୍ରୀମନ୍ଦିର ନିକଟରୁ ଡ୍ରୋନ୍ ଟି ଦୋଳମଣ୍ଡପ ସାହି ପର୍ଯ୍ୟନ୍ତ ମାରିଛି ପଇଁତରା ।ମାର୍କେଟ ଛକ ଠାରୁ ଡ୍ରୋନ ଟି ଅପରେଟ କରାଯାଇଥିବା ଅନୁମାନ କରାଯାଉଛି। ବାରମ୍ବାର ଏପରି ଘଟଣା ଘଟୁଥିବା ନେଇ ପୁରୀ ପୋଲିସ ଏହାର ତଦନ୍ତ କରିବାକୁ ଦାବି ଉଠିଛି l ପୁରୀ ଶ୍ରୀମନ୍ଦିର ଏତେ ସୁରକ୍ଷା ବଳରେ ଥିବା ବେଳେ ଏଭଳି ଘଟଣା ବାରମ୍ବାର ଘଟୁଥିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି l

💬 Leave a Comment

🗨️ Approved Comments

No comments yet.

🔗 Share this article: