ନାବାଳିକାକୁ ଅପହରଣ ଓ ଯୌନ ନିର୍ଯ୍ୟାତନା ଅଭିଯୋଗ, ଅଭିଯୁକ୍ତ ଗିରଫ - NILACHALA SAMACHAR
Article Image

ନାବାଳିକାକୁ ଅପହରଣ ଓ ଯୌନ ନିର୍ଯ୍ୟାତନା ଅଭିଯୋଗ, ଅଭିଯୁକ୍ତ ଗିରଫ

🗂 Crime | 🕒 30 Aug 2025, 20:55 IST


ପୁରୀ, ୩୦/୮ : ଜିଲ୍ଲା ମୁଖ୍ୟଚିକିତ୍ସାଳୟରୁ ନାବାଳିକାକୁ ଅପହରଣ ଓ ଯୌନ ନିର୍ଯ୍ୟାତନା ଅଭିଯୋଗରେ କୁମ୍ଭାରପଡା ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ଜେଲ ହାଜତକୁ ପଠାଇ ଦିଆଯାଇଛି l ଅଭିଯୁକ୍ତର ପରିଚୟ ଟାଉନ ଥାନା ଅନ୍ତର୍ଗତ ମାର୍କଣ୍ଡେଶ୍ୱରସାହିର କୁନୁ ଓରଫ ରୋଶନ ସାହୁ ୧୯ l ଥାନା ଆଇଆଇସି ସୁଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି ଯେ କିଛି ଦିନ ଦିନ ପୂର୍ବରୁ ସଦର ଥାନା ଅଂଚଳର ଜଣେ ନାବାଳିକା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଆଡ଼ମିସନ ହୋଇଥିଲେ l ଅଭିଯୁକ୍ତ ମଧ୍ୟ ତାଙ୍କ ମାଙ୍କ ଦେହ ଅସୁସ୍ଥ ଥିବାରୁ ସେ ମେଡିକାଲରେ ଥିଲେ l ଗତ ୧୯ରୁ ମେଡିକାଲରୁ ନାବାଳିକାକୁ ନପାଇ ତାଙ୍କ ଆଇ କୁମ୍ଭାରପଡା ଥାନାରେ ଅଭିଯୋଗ କରିଥିଲେ l ପରେ ଥାନାରେ ୩୭୭/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା l ପରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା l ଅଭିଯୁକ୍ତ ନାବାଳିକାକୁ ପାଖରେ ରଖି ଯୌନ ନିର୍ଯ୍ୟାତନା ଦେଇଥିବା ନେଇ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ ପରେ ଶନିବାର କୋର୍ଟ ଚାଲାଣ କରାଯାଇଥିଲା l ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାଯାଇଛି l

💬 Leave a Comment

🗨️ Approved Comments

No comments yet.

🔗 Share this article: