ପରିବା ଦୋକାନୀଙ୍କୁ ଆକ୍ରମଣ, ଜଣେ ଗିରଫ - NILACHALA SAMACHAR
Article Image

ପରିବା ଦୋକାନୀଙ୍କୁ ଆକ୍ରମଣ, ଜଣେ ଗିରଫ

🗂 Crime | 🕒 30 Aug 2025, 21:00 IST


ପୁରୀ, ୩୦/ ୮ : ବଡଶଙ୍ଖ ପରିବା ମାର୍କେଟ ଠାରେ ପରିବା ଦୋକାନୀଙ୍କୁ ଆକ୍ରମଣ ଅଭିଯୋଗରେ କୁମ୍ଭାରପଡା ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଜଣକ ଏହି ଥାନା ଅଧିନ ପତିତପାବନ ଲେନର କାହ୍ନା ବେହେରା ୨୮ l ଅଭିଯୁକ୍ତ ନିକଟରୁ ଏକ ଛୁରୀ ଜବତ କରାଯାଇଛି l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ବଡ଼ଶଙ୍ଖରେ ଥିବା ଜଣେ ପନିପରିବା ଦୋକାନକୁ ଅଭିଯୁକ୍ତ ଶନିବାର ସକାଳେ ଯାଇ ମାଗଣା ଏକ କିଲୋ ଟମାଟ ମାଗିଥିଲା l ଦୋକାନ ମାଲିକ ଦେବାକୁ ମନା କରିବାରୁ ଅଭିଯୁକ୍ତ କିଛି ସମୟ ପରେ ଗୋଟିଏ ଛୁରୀ ଧରି ପୁନର୍ବାର ଦୋକାନକୁ ଯାଇ ପରିବା ଦୋକାନୀଙ୍କୁ ଛୁରି ମାରିବାକୁ ଚେଷ୍ଟା କରିଥିଲା l ଦୋକାନିଙ୍କ ହାତରେ ଆଘାତ ଆଘାତ ଲାଗିଥିଲା l ପରେ ସ୍ଥାନୀୟ ଲୋକେ ଅଭିଯୁକ୍ତଙ୍କୁ ଧରି ଧରିଥିଲେ l ଅଭିଯୁକ୍ତ ବଡ଼ଶଙ୍ଖ ବଜାରରେ ଆତଙ୍କ ରଚିଥିଲା l ଏଥିରେ ଅଭିଯୁକ୍ତ ମଧ୍ୟ ଆହତ ହୋଇଥିଲା l ପିସିଆର ଭ୍ୟାନ୍ ପହଂଚି ଆହତଙ୍କୁ ମେଡିକାଲ ଆଣିଥିଲେ l ମେଡିକାଲ ରେ ମଧ୍ୟ ଅଭିଯୁକ୍ତ ତାଣ୍ଡବ ସୃଷ୍ଟି କରିଥିଲା ​​ଯାହା ରୋଗୀମାନଙ୍କୁ ଅସୁବିଧାରେ ପକାଇଥିଲା l ଅଭିଯୁକ୍ତ ବିରୁଦ୍ଧରେ ୩୯୭/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ଶନିବାର କୋର୍ଟ ଚାଲାଣ କରାଯାଇଛି l ଅଭିଯୁକ୍ତ ନାମରେ ପୂର୍ବରୁ ହତ୍ୟା ଉଦ୍ୟମ, ଡକାୟତି ଏବଂ ଦାଦାବଟି ଆଦାୟ ସମେତ ୧୩ଟି ମାମଲା ଥିବା ନେଇ ପୁଲିସ ସୂତ୍ରରୁ ଜଣାଯାଇଛି l

💬 Leave a Comment

🗨️ Approved Comments

No comments yet.

🔗 Share this article: