🗂 Crime | 🕒 30 Aug 2025, 21:13 IST
ପୁରୀ, ୩୦/୮ : ନୂଆଜଗନ୍ନାଥ ସଡ଼କ ଅନ୍ତିକେରା ବ୍ରିଜ ନିକଟରୁ ଚନ୍ଦନପୁର ଥାନା ପୁଲିସ ବ୍ରାଉନ ସୁଗାର କାରବାର ଅଭିଯୋଗରେ ୩ଜଣକୁ ଗିରଫ କରିବା ସହ ୧୫୭.୩୮ଗ୍ରାମ ବ୍ରାଉନ ସୁଗାର ଜବତ କରିଛି l ଏନେଇ ଆଜି ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସାମ୍ବାଦିଜ ସମ୍ମିଳନୀ ଅନୁଷ୍ଠିତ ହୋଇଛି l ସାମ୍ବାଦିକ ସମ୍ମିଳନୀରେ ଏସପି ପ୍ରତୀକ ସିଂହ ଗଣମାଧ୍ୟ୍ୟମକୁ ସୂଚନା ଦେଇ କହିଥିଲେ ଯେ ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ ପାଇଁ ପୁଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି l ସ୍ୱତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି l ଚନ୍ଦନପୁର ଥାନା ପୁଲିସ ଏକ ସଫଳତା ପାଇଛି l ନୂଆ ଜଗନ୍ନାଥ ସଡ଼କ ଅନ୍ତିକେରା ବ୍ରିଜ ନିକଟରୁ ବ୍ରାଉନ ସୁଗାର କାରବାର କରିବା ଅଭିଯୋଗ ଚନ୍ଦନପୁର ଥାନା ପୁଲିସ ୩ଜଣକୁ ଗିରଫ କରିଛି l ଅଭିଯୁକ୍ତ ମାନେ ହେଲେ ଚନ୍ଦନପୁର ଚାଷପଡ଼ାର ପ୍ରଦୀପ କୁମାର ପ୍ରଧାନ ୨୨, ଭାଇଲିପୁରର ଲିଟୁ ପ୍ରଧାନ ୪୦ ଓ ନିରଞ୍ଜନ ପରିଡା ୩୦ l ପ୍ରଦୀପ ଠାରୁ ୫୨. ୮୫ଗ୍ରାମ ବ୍ରାଉନ ସୁଗାର, ୧୮ହଜାର ୫୦୦ଟଙ୍କା, ଓଆର ୦୨ବିପି ୩୬୫୯ ନମ୍ବର ବିଶିଷ୍ଟ ବାଇକ ଓ ମୋବାଇଲ ଜବତ କରାଯାଇଛି l ସେହିପରି ଲିଟୁ ଠାରୁ ୫୦. ୨୪ଗ୍ରାମ ବ୍ରାଉନ ସୁଗାର, ୨୩ହଜାର ୫୦୦ଟଙ୍କା, ଓଡି ୦୨ସିଟି ୦୩୧୨୬ ନମ୍ବର ବିଶିଷ୍ଟ ସ୍କୁଟି ଓ ମୋବାଇଲ ଜବତ କରାଯାଇଥିବା ବେଳେ ନିରଞ୍ଜନ ଠାରୁ ୫୮. ୬୪ଗ୍ରାମ ବ୍ରାଉନ ସୁଗାର, ୧ଲକ୍ଷ ୨୦ହଜାର ୨୦ଟଙ୍କା, ଓଡି ୧୩ଏନ ୩୬୯୬ ନମ୍ବର ବିଶିଷ୍ଟ ବାଇକ ଓ ମୋବାଇଲ ଜବତ କରାଯାଇଛି l ଅଭିଯୁକ୍ତଙ୍କ ନିକଟରୁ ମୋଟ ୧୫୭.୩୮ଗ୍ରାମ ବ୍ରାଉନ ସୁଗାର, ୧ଲକ୍ଷ ୬୩ ହଜାର ୫୨୦ ଟଙ୍କା ଓ ଦୁଇ ବାଇକ ଗୋଟିଏ ସ୍କୁଟି ଜବତ କରାଯାଇଛି l ଏନଡ଼ିପିଏସ ଆକ୍ଟରେ ୧୯୧/୨୦୨୫ ନମ୍ବର ମାମଲା ରୁଜୁ କରାଯାଇଛି l ଆଗକୁ ଏହିଭଳି ଧରପଗଡ଼ ଜାରି ରହିବ ବୋଲି ଏସପି ଶ୍ରୀ ସିଂହ ସୂଚନା ଦେଇଥିଲେ l ସମସ୍ତ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି l ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି l ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ସୁଶୀଲ କୁମାର ମିଶ୍ର, ସଦର ଏସଡ଼ିପିଓ ରବିନାରାୟଣ ଭଞ୍ଜ, ଚନ୍ଦନପୁର ଥାନା ଆଇଆଇସି ଭୁବନ ମୋହନ ସାମନ୍ତରାୟ ଉପସ୍ଥିତ ଥିଲେ l
No comments yet.