🗂 Local | 🕒 31 Aug 2025, 18:02 IST
ପୁରୀ, ୩୧/୮ : ରାଜ୍ୟ ଇଞ୍ଜିନିୟରିଂ ୱାର୍କ୍ ଚାର୍ଜ କର୍ମଚାରୀଙ୍କ ସପକ୍ଷରେ ରାଜ୍ୟ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଧେଶ ଦେବା ସତ୍ତ୍ୱେ ରାଜ୍ୟ ସରକାର ଅବସର ପ୍ରାପ୍ୟ ପ୍ରଦାନ କରୁନାହାନ୍ତି।ରାଜ୍ୟ ସରକାରଙ୍କ ୫ ଟି ଇଞ୍ଜିନିୟରିଂ ବିଭାଗ ଯଥା ଜଳସମ୍ପଦ ,ନଗର ଉନ୍ନୟନ ଓ ଗୃହ ନିର୍ମାଣ ,ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ଏବଂ ପଂଚାୟତରାଜ ବିଭାଗର ୧୯୯୩ ଏପ୍ରିଲ ୧୨ ତାରିଖ ପୂର୍ବରୁ କାର୍ଯ୍ୟରତ ସମସ୍ତ NMR ଓ DLR ୧୦ ବର୍ଷ ଚାକିରି ପୂରଣ କରିଥିବାରୁ ଏହି ବର୍ଗର ସମସ୍ତ କର୍ମଚାରୀ ରେଗୁଲାର ନିଯୁକ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ।ମାତ୍ର ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ଅବହେଳା ଯୋଗୁଁ ସେହି ସମୟରେ ଖାଲି ପଡିଥିବା ରେଗୁଲାର ପଦବୀରେ ନିଯୁକ୍ତି ପାଇଲେ ନାହିଁ। ଏଣୁ ସମୁଦାୟ ଚାକିରୀ କାଳକୁ ହିସାବକୁ ନେଇ ୧୯୯୨ ପେନସନ ନିୟମ ଭୁକ୍ତ କରି ଅବସରକାଳୀନ ପେନସନ ସହ ଗ୍ରାଚ୍ୟୁଇଟି ଅଧିନିୟମ ୧୯୯୨ ପ୍ରଦାନ ପାଇଁ ଦୃଢ଼ ଦାବୀ ହୋଇଛି।ଆଜି ପୁରୀ ଜଳସେଚନ ବିଭାଗ ଡେଲଟା କଲୋନୀ ମଙ୍ଗଳା ମନ୍ଦିରରେ ରାଜ୍ୟ ଇଞ୍ଜିନିୟରିଂ ୱାର୍କ୍ ଚାର୍ଜ,ନିୟମିତ ଓ ସେବା ନିବୃତ କର୍ମଚାରୀ ଫୋରମ୍ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।ରାଜ୍ୟ ସରକାର ତୁରନ୍ତ ଏହି ନ୍ୟାର୍ଯ୍ୟ ଦାବୀ ନ ଶୁଣିଲେ ଆସନ୍ତା ନଭେମ୍ବର ମାସରେ ଭୁବନେଶ୍ଵର ବିରାଟ ସମାବେଶ ସହ ଆନ୍ଦୋଳନ କରାଯିବ ବୋଲି କୁହାଯାଉଛି।
No comments yet.