🗂 Local | 🕒 31 Aug 2025, 18:06 IST
ପୁରୀ, ୩୧/୮ : ପୁରୀ ପୌରସଂସ୍ଥା ଅଧୀନରେ ଥିବା ପ୍ରାୟ ସାହି ଗଳିକନ୍ଦି ରାସ୍ତା ଜବର ଦଖଲ ପାଲଟିଛି l କିଏ ରାସ୍ତାରେ ଜୋର ଜବରଦସ୍ତ ଅଳିଆ ଆବର୍ଜନା ଜମା କଲାଣିତ କିଏ ରାସ୍ତାରେ ପଥର, ବାଲି ଗୋଡି ଜମା କଲେଣି l ଏଥିସହ ଠେଲା ଗାଡି ଦୋକାନ ରଖି ରାସ୍ତା ଅବରୋଧ କଲେଣି l ଯାହାର ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛି ପୌରସଂସ୍ଥା ୨୦ନମ୍ବର ୱାର୍ଡ ତଳନୂଆସାହି ଗୋଲାପକା ବସ୍ତିର ରାସ୍ତା l ଏହି ରାସ୍ତା ମାର୍କେଟ ଛକ ପଟୁ ପ୍ରାୟ ୨୦୦ ମିଟର ଗଲେ ବାମ ପାର୍ଶ୍ୱରେ ପଡିଥାଏ l ଏହି ରାସ୍ତା ୧୦ଫୁଟିଆ l ଗୋଲାପକା ବସ୍ତିର ବାସିନ୍ଦାମାନଙ୍କ ନିତିଦିନିଆ ଚଳାଚଳ ରାସ୍ତା l ଏହି ରାସ୍ତା ଏବେ ଅବରୋଧ ହୋଇ ରହିଛି l ରାସ୍ତାରେ ଠେଲା ଗାଡି ଦୋକାନ ବର୍ଷ ବର୍ଷ ଧରି ରହିବାରୁ ବାସିନ୍ଦାଙ୍କ ଯାତାୟାତରେ ଘୋର ଅସୁବିଧା ହେଉଛି l ଏଥିସହ ରାସ୍ତାରେ ଅଳିଆ ଆବର୍ଜନା ସହ ପଥର ଜମା ହୋଇ ରହିଛି l ଠେଲା ଗାଡି, ଅଳିଆ ଆବର୍ଜନା, ପଥର ରାସ୍ତାରେ ରହିବା ଯୋଗୁଁ ସ୍ୱଚ୍ଛ ଗାଡି ଯାଇପାରୁନାହିଁ l ରୋଗୀ ପାଇଁ ଆମ୍ବୁଲାନ୍ସ ଯାଇପାରୁନଥିବାରୁ ବାସିନ୍ଦାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏଥିପ୍ରତି ପୌରସଂସ୍ଥା ନଜର ଦେଉନଥିବା ଯୋଗୁଁ ଜବର ଦଖଲକାରୀ ତାଙ୍କର ମନମୁଖି କାର୍ଯ୍ୟ କରୁଛନ୍ତି l ରାସ୍ତାରେ ଜବର ଦଖଲ କରି ରାସ୍ତା ଯାମ କରୁଛନ୍ତି l ରାସ୍ତାରୁ ଜବରଦଖଲ ଉଠାଇବା ପାଇଁ ସର୍ବସାଧାରଣରେ ଦାବି ହେଉଛି l
No comments yet.