ସାଇବର ଲୁଟେରା ଙ୍କ ଟାର୍ଗେଟ ରେ ପର୍ଯ୍ୟଟକ। ନକଲି ହୋଟେଲ ୱେବ୍ ସାଇଟ୍ ଖୋଲି ପର୍ଯ୍ୟଟକ ଙ୍କ ଠାରୁ ଟଙ୍କା ଲୁଟ କରୁଛନ୍ତି ସାଇବର ଅପରାଧି। - NILACHALA SAMACHAR
Article Image

ସାଇବର ଲୁଟେରା ଙ୍କ ଟାର୍ଗେଟ ରେ ପର୍ଯ୍ୟଟକ। ନକଲି ହୋଟେଲ ୱେବ୍ ସାଇଟ୍ ଖୋଲି ପର୍ଯ୍ୟଟକ ଙ୍କ ଠାରୁ ଟଙ୍କା ଲୁଟ କରୁଛନ୍ତି ସାଇବର ଅପରାଧି।

🗂 Crime | 🕒 03 Sep 2025, 23:49 IST

ପୁରୀ କୁ ବୁଲିବାକୁ ଆସିଥିବା ପର୍ଯ୍ୟଟକ ମାନେ ଅନଲାଇନ ରେ ହୋଟେଲ ବୁକିଂ କରି ଠକାମୀ ର ଶିକାର ହେଉଛନ୍ତି। ଏ ନେଇ ମାଳ ମାଳ ଅଭିଯୋଗ ସାଇବର ଥାନା ହେବାରେ ଲାଗିଚି। ଯାହାକୁ ନେଇ ପୋଲିସ ର ଏହା ମୁଣ୍ଡ ବିନ୍ଧାର କାରଣ ହୋଇଚି । ତେବେ ଲୋକ ଙ୍କ ଭିତରେ ସଚେତନତା ଅଭାବ ରୁ ଅନ ଲାଇନ ଠକେଇ ବଢ଼ି ଚାଲିଥିବା ପୁରୀ ପୋଲିସ୍ ପକ୍ଷରୁ କୁହାଯାଇଛି। ତେବେ ଆଗକୁ ଆସୁଚି ପାର୍ବଣ ଋତୁ। ଅକ୍ଟୋବର ରୁ ଫେବୃଆରୀ ମାସ ଯାଏ ପୁରୀ କୁ ଦେଶ ବିଦେଶ ରୁ ଲକ୍ଷ ଲକ୍ଷ ପର୍ଯ୍ୟଟକ ପୁରୀ ବୁଲିବାକୁ ଆସିବେ। ଏ ନେଇ ଅନ ଲାଇନ ରେ ହୋଟେଲ ରୁମ୍ ବୁକ୍ କରିବେ। ତେବେ ଏହାକୁ ମଉକା ଭାବେ ନେଇ ସାଇବର ଲୁଟେରା ନେଇଛନ୍ତି।ଅନ ଲାଇନ ରେ ନକଲ ୱେବ୍ ସାଇଟ୍ କରି ପର୍ଯ୍ୟଟକ ଙ୍କୁ ପୁରୀ ରେ କମ୍ ଦାମ ରେ ସି ଫେସିଂ ହୋଟେଲ ରୁମ୍ ସହିତ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବୁଲେଇ ନେବା ପାଇଁ ବିଜ୍ଞାପନ ଦେଇଥାଆନ୍ତି। କମ୍ ଖର୍ଚ୍ଚ ରେ ହୋଟେଲ ରୁମ୍ ସହ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲିବାର ସୁଯୋଗ ଥିବା ଭାବି ପର୍ଯ୍ୟଟକ ମାନେ ହୋଟେଲ ରୁମ୍ ବୁକ୍ କରିଥାନ୍ତି। ତେବେ ପୁରୀ ରେ ପହଞ୍ଚିବା ପରେ ସେମାନେ ଜାଣନ୍ତି ସାଇବର ଠକେଇ ର ଶିକାର ହେଇଛନ୍ତି। କେବଳ ସେତିକି ନୁହେଁ ସାଇବର ଅପରାଧୀ ମାନେ ପୁରୀ ର କେତେକ ପ୍ରମୁଖ ହୋଟେଲ ଫୋଟୋ କୁ ନେଇ ନକଲି ୱେବ୍ ସାଇଟ୍ କରିଛନ୍ତି। ପର୍ଯ୍ୟଟକ ଟିଏ ଯେତେବେଳେ ପୁରୀ ଆସିବାକୁ ରୁମ୍ ବୁକିଂ କରିଥାନ୍ତି ସେମାନେ ଏହା ଅସଲି କି ନକଲି ୱେବ୍ ସାଇଟ୍ ଜାଣି ନ ପାରି ଟଙ୍କା ପୈଠ କରିଥାନ୍ତି। ଯାହାକି ସିଧାସଳଖ ସାଇବର ଅପରାଧି ଙ୍କୁ ଆକାଉଣ୍ଟ କୁ ଟଙ୍କା ଚାଲିଯାଏ। ଏଣୁ କେବଳ ପ୍ରତିଷ୍ଠିତ ଟ୍ରାଭେଲ ୱେବ୍ ସାଇଟ୍ କିମ୍ବା ଆପ ରୁ ହୋଟେଲ ରୁମ୍ ବୁକ୍ କଲେ ଠକେଇ ର ସମ୍ଭାବନା ନ ଥିବା ହୋଟେଲ ଲିଅର କହିଛନ୍ତି।



ହୋଟେଲିୟର ଶ୍ରୀମନ୍ତ କୁମାର ଦାଶ ନିଜ ପ୍ରତିକ୍ରିୟାରେ କହିଛନ୍ତି, ପୁରୀ ଜଗନ୍ନାଥ ଧାମ ହେଉଚି ଚାରି ଧାମ ଭିତରୁ ଅନ୍ୟତମ ଧାମ। ଯେହେତୁ ଆଗକୁ ପାର୍ବଣ ଋତୁ ଆସୁଚି ସାରା ବିଶ୍ଵ ରୁ ପର୍ଯ୍ୟଟକ ମାନେ ପୁରୀ କୁ ବୁଲିବାକୁ ଆସିବେ। ତେବେ ପର୍ଯ୍ୟଟକ ଙ୍କୁ ଠକେଇ କରିବା ପାଇଁ ସାଇବର ଲୁଟେରା ସକ୍ରିୟ ହୋଇ ପଡିଲେଣି। ଯେହେତୁ ପୁରୀ କୁ ଲକ୍ଷ ଲକ୍ଷ ପର୍ଯ୍ୟଟକ ଆସୁଚନ୍ତି ପୁରୀ କୁ ଟାର୍ଗେଟ କରିଛନ୍ତି ସାଇବର ଲୁଟେରା। ଫଳରେ ପର୍ଯ୍ୟଟକ ମାନେ ଠକେଇ ର ଶିକାର ହେଉଛନ୍ତି। ସାଇବର ଅପରାଧି ମାନେ ପୁରୀ ର ବିଭିନ୍ନ ହୋଟେଲ ନାମରେ ନକଲି ୱେବ୍ ସାଇଟ୍ ଖୋଲି କମ ଦାମ ରେ ରୁମ୍ ଦେବା ବିଜ୍ଞାପନ କରୁଛନ୍ତି। ଫଳରେ ପୁରୀ କୁ ବୁଲିବାକୁ ଆସିବାକୁ ପର୍ଯ୍ୟଟକ କମ୍ ଟଙ୍କାରେ ରୁମ୍ ମିଳିବା ଲୋଭରେ ନକଲି ୱେବ୍ ସାଇଟ୍ ରୁମ୍ ବୁକ୍ କରି ଟଙ୍କା ପୈଠ କରୁଚନ୍ତି। ଫଳରେ ଯେତେବେଳେ ସେମାନେ ପୁରୀ ରେ ଆସି ପହଞ୍ଚି ଉକ୍ତ ହୋଟେଲ କୁ ଯାଉଛନ୍ତି ସେମାନେ ସାଇବର ଠକେଇ ର ଶିକାର ହୋଇଥିବା ଜାଣୁଛନ୍ତି। କେତେକ ସାଇବର ଲୁଟେରା ମଧ୍ୟ ପୁରୀ ରେ ନକଲି ହୋଟେଲ ନାମ ନେଇ ବିଜ୍ଞାପନ କରିଛନ୍ତି। ଯେତେବେଳେ ପର୍ଯ୍ୟଟକ ଟିଏ ପୁରୀ ରେ ପହଞ୍ଚି ଉକ୍ତ ହୋଟେଲ କୋଉଠି ଅଛି ସନ୍ଧାନ କରୁଚି ସେଭଳି ହୋଟେଲ ପୁରୀ ରେ କିଛି ନ ଥିବା ମଧ୍ୟ ଜଣାପଡ଼ୁଛି। ତେବେ ଯେତେବେଳେ ପର୍ଯ୍ୟଟକ ଟିଏ ଅନ ଲାଇନ ରେ ରୁମ୍ ବୁକ୍ କରୁଛନ୍ତି ଅନ ଲାଇନ ରେ ଟଙ୍କା ଦେବା ପୂର୍ବରୁ ଠିକ୍ ରେ ଜାଞ୍ଜ କରିବା ଦରକାର। ପ୍ରଥମେ ଏକ ଭଲ ପ୍ରତିଷ୍ଠିଟ ଟ୍ରାଭେଲ ୱେବ୍ ସାଇଟ୍ କିମ୍ବା ଆପ ରେ ରୁମ୍ ବୁକ୍ କରିବା ଉଚିତ୍ । ଏହା ଦ୍ୱାରା ସାଇବର ଠକେଇ ସଂଭାବନା କମ୍। ସେହିଭଳି ରୁମ୍ ବୁକ୍ କରିବାକୁ ନେଇ ଅନ ଲାଇନ ରେ ଟଙ୍କା ଦେବା ପୂର୍ବରୁ ଉକ୍ତ ହୋଟେଲ ସହିତ କଥା ହେବା ଉଚିତ୍। ଭିଡିଓ କଲ୍ କରି କିଭଳି ହୋଟେଲ ତାହା ଜାଣିବା ଉଚିତ୍। କମ୍ ଦାମ ରେ ଅଧିକ ଟଙ୍କା ରୁମ୍ ମିଳିବା ନେଇ ବିଜ୍ଞାପନ ଥିବା ୱେବ୍ ସାଇଟ୍ ରୁ ରୁମ୍ ବୁକ୍ କରିବା ଅନୁଚିତ୍। ଏହି ଭଳି ସଚେତନ ରହିଲେ ସାଇବର ଠକେଇ ରୁ ପର୍ଯ୍ୟଟକ ମାନେ ସୁରକ୍ଷିତ ରହିପାରିବେ। କେବଳ ପୋଲିସ କୁ ଦାୟୀ କଲେ ଠିକ୍ ହେବ ନାହିଁ। ଯଦି ଠକେଇ ର ଶିକାର ହୋଇଛ ସଙ୍ଗେ ସଙ୍ଗେ ସାଇବର ପୋଲିସ କୁ ଅଭିଯୋଗ କରିବା ଉଚିତ୍। ଏହା ଦ୍ଵାରା ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦ୍ଵାରା ସାଇବର ଲୁଟେରା କୁ ପୋଲିସ ଧରିପାରିବା ସହ ଠକେଇ ଟଙ୍କା ମଧ୍ୟ ଉଦ୍ଧାର କରିହେବ।


ଜଗନ୍ନାଥପ୍ରେମୀ ବିସ୍ମୟ ମିଶ୍ର ନିଜ ପ୍ରତିକ୍ରିୟାରେ କୁହନ୍ତି, ପୁରୀ ହେଉଚି ବିଶ୍ଵ ପର୍ଯ୍ୟଟନ କ୍ଷେତ୍ର। ଏଣୁ ଏଠାକୁ ପ୍ରତିଦିନ ହଜାର ହଜାର ଭକ୍ତ ଆସୁଛନ୍ତି। ତେବେ ହୋଟେଲ ରୁମ୍ ବୁକିଂ ଆଳରେ ନିରୀହ ପର୍ଯ୍ୟଟକ ଙ୍କ ଠାରୁ ଟଙ୍କା ଲୁଟ କରୁଛନ୍ତି ସାଇବର ଲୁଟେରା। ଏଣୁ ଆମ ପ୍ରଶାସନ ମଧ୍ୟ ସଜାଗ ରହିବା ଦରକାର। କେବଳ ସାଇବର ଥାନା ଖୋଲିଦେଲେ ସମସ୍ୟା ସମାଧାନ ହେବ ନାହିଁ। ଭଲ ଉଚ୍ଚ କୋଟି ର ସାଇବର ବିଶାରଦ ଙ୍କୁ ପ୍ରଶାସନ ନିଯୁକ୍ତି ଦେଉ। ଯେଉଁ ମାନେ ସଙ୍ଗେ ସଙ୍ଗେ ନକଲି ୱେବ୍ ସାଇଟ୍ କୁ ଠାବ କରି ବ୍ଲକ୍ କରିପାରିବେ। ଏ ନେଇ ପୋଲିସ ମଧ୍ୟ ନିଜ ଆଡୁ ନକଲି ୱେବ୍ ସାଇଟ୍ ଖୋଲିଥିବା ସାଇବର ଲୁଟେରା ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉ। ତେବେ ଆମର ଅଭିଯୋଗ ହେଉଚି ଅଳ୍ପ ଟଙ୍କା ଠକେଇ ହୋଇଥିବା ମାମଲା କୁ ପୋଲିସ ଗୁରୁତ୍ଵ ଦେଉନାହିଁ। ଏକ ଲକ୍ଷ ଟଙ୍କାରୁ ଅଧିକ ଠକେଇ ମାମଲା ହେଲେ ପୋଲିସ ଗୁରୁତ୍ଵ ଦେଉଚି। ଆମର ଅନୁରୋଧ ପ୍ରତ୍ୟେକ ଠକେଇ ମାମଲା କୁ ପୋଲିସ ଗୁରୁତ୍ଵ ଦେଉ। ଅଭିଯୋଗ ହେଉଥିବା ୱେବ୍ ସାଇଟ୍ ପଛରେ କେଉଁମାନେ ଅଛନ୍ତି ତାହାର ମୂଳ କୁ ପୋଲିସ ଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ। କେବଳ ୱେବ୍ ସାଇଟ୍ ବ୍ଲକ୍ କରିଦେଲେ ସାଇବର ଠକେଇ ବନ୍ଦ ହେବ ନାହିଁ । ସେମାନେ ପୁଣି ନକଲି ୱେବ୍ ସାଇଟ୍ ଖୋଲି ପର୍ଯ୍ୟଟକ ଙ୍କୁ ଠକିବେ। ଆମେ ସରକାର କୁ ଅନୁରୋଧ କରୁଚୁ ସାଇବର ବ୍ୟବସ୍ଥା କୁ ସୁଦୃଢ଼ କରାଯାଉ। ନ ହେଲେ ପୁରୀ କୁ ଆସୁଥିବା ପର୍ଯ୍ୟଟକ ଠକେଇ ର ଶିକାର ହେବେ। ଏହା ଦ୍ଵାରା ପୁରୀ କୁ ପର୍ଯ୍ୟଟକ ଆସିବା ଭୟ କରିବେ। ଏହାର ନକାରାତ୍ମକ ପ୍ରଭାବ ପର୍ଯ୍ୟଟନ ଶିଳ୍ପ ଉପରେ ପଡ଼ିବ। ପର୍ଯ୍ୟଟନ ଶିଳ୍ପ ଉପରେ ନକାରାତ୍ମକ ପ୍ରଭାବ ହେଲେ ହଜାର ହଜାର ଲୋକ ଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପଡ଼ିବ। ଯଦି ସାଇବର ଲୁଟେରା ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ହୁଏ ଏହି ଠକେଇ ବଢ଼ି ଚାଲିବ। ଏହା ଦ୍ଵାରା ରାଜ୍ୟ ସରକାର ବଦନାମ ହେବେ ।


ତେବେ ପୋଲିସ ର ତଥ୍ୟ ଅନୁସାରେ, ୨୦୨୪ ମସିହାରେ ୪୫ ଟି ସାଇବର ଅପରାଧ ମାମଲା ରେ ୬ ଜଣ ବ୍ୟକ୍ତି ଗିରଫ ହୋଇଥିଲେ।୨୦୨୩ ରେ ୭୪ ଟି ମାମଲାରେ ୨୮ ଜଣ ଗିରଫ ହୋଇଥିଲେ।୨୦୨୨ ରେ ୭୦ ଟି ମାମଲା ରେ ୧୭ ଜଣ ଗିରଫ ହୋଇଥିଲେ।

ସେହିପରି ୨୦୨୫ ଜାନୁଆରୀ ରୁ ଅଗଷ୍ଟ ମାସ ଯାଏ ଅନ ଲାଇନ ରେ ଟଙ୍କା ଠକେଇ ନେଇ ୪୦୮ ରୁ ଅଭିଯୋଗ ଆସିଥିବା ବେଳେ ୩୯୦ ଟି ବ୍ୟାଙ୍କ୍ ଆକାଉଣ୍ଟ କୁ ସିଜ୍ କରାଯାଇଛି। ୧୨୫ ଟି ୱେବ୍ ସାଇଟ୍ କୁ ବ୍ଲକ୍ କରାଯାଇଛି। ୬୬ ଟି ସୋସିଆଲ ମିଡ଼ିଆ ଆକାଉଣ୍ଟ କୁ ବ୍ଲକ୍ କରାଯାଇଛି। ମୋଟ ୪ ଜଣ ଙ୍କୁ ଗିରଫ କରାଯାଇଛି।


ପୁରୀ ଏସପି ପ୍ରତୀକ ସିଂ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଶ୍ରୀ ମନ୍ଦିର ରେ ବିଭିନ୍ନ ପୂଜା କରାଇଦେବା ପାଇଁ ଅନ ଲାଇନ ରେ ବିଜ୍ଞାପନ ଦେଇ ବିଭିନ୍ନ ପୂଜା ପାଇଁ ଭିନ୍ନ ଭିନ୍ନ ଦର ତାଲିକା କରିଥିବା ଦୁଇଟି ନକଲି ୱେବ୍ ସାଇଟ୍ ବିରୋଧ ରେ ପୁରୀ ପୋଲିସ୍ ମାମଲା ରୁଜୁ କରି ତଦନ୍ତ କରୁଚି। ପୂଜାପରିସେବା.କମ୍ , ଇଣ୍ଡିଆ ଥ୍ରିଲ୍ସ ନାମକ ଏକ ୱେବ୍ ସାଇଟ୍ ବିରୋଧ ରେ ପୋଲିସ ମାମଲା ରୁଜୁ କରି ଏହା ପଛରେ କାହାର ହାତ ଅଛି ତାହା ପୋଲିସ ତଦନ୍ତ କରୁଚି। ତେବେ ପୋଲିସ ପକ୍ଷରୁ ଭକ୍ତ, ଶ୍ରଦ୍ଧାଳୁ ଙ୍କୁ ଅନୁରୋଧ କରାଯାଇଛି ଏପରି ଭୁଲ ୱେବ୍ ସାଇଟ୍ କୁ ନେଇ ସାବଧାନ ରୁହନ୍ତୁ। ଶ୍ରୀ ମନ୍ଦିର ରେ ଅନ ଲାଇନ ଦ୍ଵାରା କୌଣସି ପୂଜା ନେଇ ବୁକିଂ ବ୍ୟବସ୍ଥା ନାହିଁ। କିଛି ସାଇବର ଅପରାଧୀ ଭକ୍ତ ଙ୍କୁ ଠକେଇ ପାଇଁ ଏହି ଭଳି ନକଲି ୱେବ୍ ସାଇଟ୍ ଖୋଲିଛନ୍ତି। ଯେତେବେଳେ ପୁରୀ କୁ ପର୍ଯ୍ୟଟକ ମାନେ ଆସିବା ପାଇଁ କିଛି ଅନ ଲାଇନ ରେ ବୁକିଂ ବେଳେ ଅଧିକୃତ ଏବଂ ବିଶ୍ୱସନୀୟ ୱେବ୍ ସାଇଟ୍ କୁ ଅନୁସରଣ କରନ୍ତୁ। ସେହିପରି ପ୍ରତ୍ୟେକ ହୋଟେଲ କର୍ତ୍ତୃପକ୍ଷ ନିଜ ହୋଟେଲ ୱେବ୍ ସାଇଟ୍ କୁ ନିୟମିତ ଚେକ୍ କରି ଯଦି ହୋଟେଲ ନା ରେ କୌଣସି ନକଲି ୱେବ୍ ସାଇଟ୍ ଅଛି ପୋଲିସ କୁ ସୂଚନା ଦେବାକୁ ହୋଟେଲିୟର ଙ୍କୁ ପୁରୀ ପୋଲିସ୍ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

କୌଣସି ସାଇବର ଠକେଇ ନେଇ ସନ୍ଦେହ ହେଲେ ସଂଗେସଂଗେ ପୁରୀ ସାଇବର ପୋଲିସ ଷ୍ଟେସନ ନମ୍ୱର 8280491300 ସହିତ ଯୋଗାଯୋଗ କରନ୍ତୁ। ପର୍ଯ୍ୟଟକ ମାନେ କିଛି ଅସୁବିଧା ସମ୍ମୁଖୀନ ହେଲେ 112 କିମ୍ବା ହେଲ୍ପ ଲାଇନ ନମ୍ୱର 6370967100 କୁ କଲ କରିପାରିବେ । ପୁରୀ କୁ ଆସୁଥିବା ପ୍ରତ୍ୟେକ ଭକ୍ତ ଓ ପର୍ଯ୍ୟଟକ ଙ୍କ ସୁରକ୍ଷା ପୁରୀ ପୋଲିସ୍ ର ପ୍ରାଥମିକ କାର୍ଯ୍ୟ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାମରେ ଠକେଇ କରୁଥିବା ବ୍ୟକ୍ତି ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

💬 Leave a Comment

🗨️ Approved Comments

No comments yet.

🔗 Share this article: