୯ ଗ୍ରାମ ବ୍ରାଉନ ସୁଗାର ଜବତ, ଜଣେ ଗିରଫ - NILACHALA SAMACHAR
Article Image

୯ ଗ୍ରାମ ବ୍ରାଉନ ସୁଗାର ଜବତ, ଜଣେ ଗିରଫ

🗂 Crime | 🕒 06 Sep 2025, 01:21 IST


ପୁରୀ, ୫/୯ : ବ୍ରାଉନ ସୁଗାର କାରବାର ଅଭିଯୋଗରେ ସମୁଦ୍ରକୂଳ ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଜଣକ ହେଲେ ମାର୍କଣ୍ଡେଶ୍ୱର ସାହି ହରିଜନ ବସ୍ତିର ପିଣ୍ଟୁ ଓରଫ ଗୋପାଳ ନାୟକ ୩୨ l ଅଭିଯୁକ୍ତ ନିକଟରୁ ୯ଗ୍ରାମ ବ୍ରାଉନ ସୁଗାର ସହ ଏକ ହଜାର ଟଙ୍କା ଜବତ କରାଯାଇଛି l ଗତ ଗୁରୁବାର ଥାନା ପୁଲିସ ପାଟ୍ରୋଲିଙ୍ଗ ବେଳେ ପେଣ୍ଠକଟା ତାରିଣୀ ବସ୍ତି ଏମଏଲଏ ଗେଷ୍ଟ ହାଉସ ପଛପଟେ ବ୍ରାଉନ ସୁଗାର କାରବାର ନେଇ ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା l ସେଠାରେ ପୁଲିସ ଚଢ଼ାଉ କରି ଅଭିଯୁକ୍ତକୁ ଗିରଫ କରିବା ସହ ବ୍ରାଉନ ସୁଗାର ଜବତ କରିଥିଲେ l ଅଭିଯୁକ୍ତ ବିରୁଦ୍ଧରେ ଏନଡିପିଏସ ଆକ୍ଟରେ ୨୫୦/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ଶୁକ୍ରବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା l ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ଜେଲ ହାଜତକୁ ପଠାଇ ଦିଆଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: