ବାଇକରେ ଷ୍ଟଣ୍ଟ ମାରିବା ପଡିଲା ମହଙ୍ଗା, କଟିଲା ଚାଲାଣ - NILACHALA SAMACHAR
Article Image

ବାଇକରେ ଷ୍ଟଣ୍ଟ ମାରିବା ପଡିଲା ମହଙ୍ଗା, କଟିଲା ଚାଲାଣ

🗂 Local | 🕒 08 Sep 2025, 20:26 IST


ପୁରୀ, ବାଇକରେ ଷ୍ଟଣ୍ଟ ମାରିବା ମହଙ୍ଗା ପଡିଛି l ରାସ୍ତାରେ ଷ୍ଟଣ୍ଟ ମାରିବା ନେଇ ଚାଲାଣ କଟିଛି l ଗାଡି ମାଲିକ ଙ୍କ ନାଁରେ 13 ହଜାର ଟଙ୍କା ଚାଲାଣ କାଟିଛି ପରିଵହନ ବିଭାଗ l ଭୂଦାନ ଛକ ଠାରୁ ତାଳବଣିଆ ରାସ୍ତା ରେ ଯୁବକ ଜଣକ ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ କରି ବିନା ହେଲମେଟରେ ବେପାରୁଆ ଭାବେ ଦୁଇ ହାତ ଛାଡି ଗାଡି ଚାଳନା ଦୃଶ୍ୟର ରିଲ ଭିଡିଓ ଭାଇରାଲ ହୋଇଥିଲା l ପରେ ପରିବହନ ବିଭାଗ ଯାଞ୍ଚ କରି ଉକ୍ତ ଗାଡି ମାଲିକଙ୍କ ନାମରେ ଜୋରିମାନା ଆକାରରେ ଚାଲାଣ କାଟିଥିବା ଜଣାଯାଇଛି l

💬 Leave a Comment

🗨️ Approved Comments

No comments yet.

🔗 Share this article: