ଗେଷ୍ଟ ହାଉସରୁ ନାବାଳକ ଉଦ୍ଧାର, ଅପହରଣ କରିଥିଲେ ତିନି ଦୁର୍ବୃତ୍ତ - NILACHALA SAMACHAR
Article Image

ଗେଷ୍ଟ ହାଉସରୁ ନାବାଳକ ଉଦ୍ଧାର, ଅପହରଣ କରିଥିଲେ ତିନି ଦୁର୍ବୃତ୍ତ

🗂 Crime | 🕒 09 Sep 2025, 10:40 IST

ପୁରୀ ନରେନ୍ଦ୍ର କୋଣରେ ଥିବା ଏକ ଗେଷ୍ଟ ହାଉସରୁ ନାବାଳକ ଉଦ୍ଧାର। ଅପହରଣ କରି ନରେନ୍ଦ୍ର କୋଣର ଏକ ଗେଷ୍ଟ ହାଉସରେ ନାବାଳକକୁ ରଖିଥିଲେ। ଯାହାକୁ ଉଦ୍ଧାର କରିଛି ପୋଲିସ।

ଖବର ଅନୁଯାୟୀ, ତିନିଜଣ ଦୁର୍ବୃତ୍ତ ନାବାଳକକୁ ଅପହରଣ କରି ପୁରୀ ନେଇ ଆସିଥିଲେ। ନରେନ୍ଦ୍ର କୋଣରେ ଏକ ଗେଷ୍ଟ ହାଉସରେ ନାବାଳକ ଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ପୋଲିସ। ଗେଷ୍ଟ ହାଉସରେ ଚଢାଉ ସମୟରେ ଉଦ୍ଧାର ହୋଇଛି ନାବାଳକ। ପୋଲିସକୁ ଦେଖି ଚମ୍ପଟ ମାରିଥିଲେ ତିନିଜଣ ଅପହରଣକାରୀ। ପୁରୀ ଏସପି ପ୍ରତୀକ ସିଂଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଚଢ଼ାଉରେ ଥିଲେ ସାମିଲ୍। ଅପହରଣରେ ବ୍ୟବହୃତ କାରକୁ ଜଗନ୍ନାଥ ବଲ୍ଲଭ ପାର୍କିଂରୁ ଜବତ କରିଛି ପୋଲିସ।


💬 Leave a Comment

🗨️ Approved Comments

No comments yet.

🔗 Share this article: