ସ୍କୁଲ ନିକଟରୁ ୧୬ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ।
🗂 Crime | 🕒 09 Sep 2025, 21:23 IST
ପୁରୀ, ବ୍ରହ୍ମଗିରି ପାଲି ୟୁପି ସ୍କୁଲ ନିକଟରୁ ବ୍ରାଉନ ସୁଗାର ଜବତ କରିଛି ଅବକାରୀ ପୁଲିସ l ଏଥିସହ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ କୁ ଜେଲ ହାଜତକୁ ପଠାଇ ଦିଆଯାଇଛି l ଅଭିଯୁକ୍ତ ବ୍ରାଉନ ସୁଗାର ବେପାରୀ ବ୍ରହ୍ମଗିରି ଅଞ୍ଚଳର ମୁକେଶ ବରାଳ ବୋଲି ଜଣାଯାଇଛି l ଅଭିଯୁକ୍ତ ଠାରୁ ଅବକାରୀ ପୋଲିସ ୧୬୨ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି l ଯାହାର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ଟଙ୍କା ହେବ l ବ୍ରହ୍ମଗିରି ପାଲି ୟୁପି ସ୍କୁଲ୍ ନିକଟରେ ଅଭିଯୁକ୍ତ ଜଣକ ବିକ୍ରି କରୁଥିଲା ବେଳେ ଅବକାରୀ ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରି ଅଭିଯୁକ୍ତକୁ ଗିରଫ କରିବା ସହ ବ୍ରାଉନ ସୁଗାର ଜବତ କରିଥିଲା l