🗂 Crime | 🕒 09 Sep 2025, 21:54 IST
ପୁରୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ବାଇକ ଚୋରି ଅଭିଯୋଗରେ କୁମ୍ଭାରପଡା ଥାନା ଦ୍ୱାରା ୨ ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ଦ୍ବୟ ହେଲେ ବାଲେଶ୍ୱର ଜିଲ୍ଲା କଣ୍ଟାପଡା ଥାନା ଅଂଚଳର ଗନ୍ଧିଆ ଓରଫ ତାପସ ମଲ୍ଲିକ ୧୯ ଓ ଦିପୁ ଓରଫ ଜ୍ୟୋତି ଶଙ୍କର ପଣ୍ଡା ୨୩ l ଅଭିଯୁକ୍ତଙ୍କ ଠାରୁ ବାଇକ ଜବତ କରିଛି ପୁଲିସ l ମଙ୍ଗଳବାର ସକାଳେ ଟାଉନ ଥାନା ଅନ୍ତର୍ଗତ ମଣିକର୍ଣ୍ଣିକା ସାହିର ଵାପିନା ସାହୁ ଥାନାରେ ଅଭିଯୋଗ କରିଥିଲେ ଯେ ଚିକିତ୍ସାଳୟ ପରିସରରେ ତାଙ୍କର ଓଡି ୧୩ଏଚ ୩୦୬୩ ନମ୍ବର ବିଶିଷ୍ଟ ବାଇକ ପାର୍କିଙ୍ଗରେ ରଖି ଔଷଧ କିଣିବାକୁ ଯାଇଥିଲେ l ଔଷଧ କିଣି ଫେରିଲା ବେଳେ ବାଇକ ପାଇନଥିଲେ l ସଙ୍ଗେ ସଙ୍ଗେ ଥାନାରେ ସେ ଅଭିଯୋଗ କରିଥିଲେ l କୁମ୍ଭାରପଡା ଥାନା ପୁଲିସ ସଙ୍ଗେ ସଙ୍ଗେ ତଦନ୍ତ କରିଥିଲେ l ତଦନ୍ତ ପରେ ବାଇକ ଜବତ କରିବା ସହ ଅଭିଯୁକ୍ତ ଦ୍ବୟକୁ ଗିରଫ କରିଥିଲେ l ଅଭିଯୁକ୍ତଙ୍କ ବିରୁଦ୍ଧରେ ୪୨୨/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ମଙ୍ଗଳବାର ଅଭିଯୁକ୍ତ ଦ୍ବୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଆଇଆଇସି ସୁଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି l
No comments yet.