ବାଲୁକା ଚିତ୍ରକଳାରେ ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କୁ ଶୁଭେଚ୍ଛା - NILACHALA SAMACHAR
Article Image

ବାଲୁକା ଚିତ୍ରକଳାରେ ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କୁ ଶୁଭେଚ୍ଛା

🗂 Local | 🕒 10 Sep 2025, 11:38 IST

ପୁରୀ ବେଳାଭୂମିରେ ବାଲୁକାକଳାରେ ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କୁ ଶୁଭେଚ୍ଛା । ଭାରତର ଉପରାଷ୍ଟ୍ରପତି ନିର୍ବାଚନ ଅବସରରେ, ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ବାଲୁକାମୂର୍ତ୍ତି ତିଆରି କରିଛନ୍ତି । ଏହି କଳାକୃତିରେ ନବନିର୍ବାଚିତ ଉପରାଷ୍ଟ୍ରପତିଙ୍କ ପ୍ରତିକୃତି ନିର୍ମାଣ କରିଛନ୍ତି ସୁଦର୍ଶନ, ଯାହା ଦେଖିବାକୁ ବେଶ୍ ଆକର୍ଷଣୀୟ ହୋଇଛି । ଏହାସହ ସୁଦର୍ଶନ ବେଳାଭୂମିରେ "ଅଭିନନ୍ଦନ ସି. ପି. ରାଧାକୃଷ୍ଣନ" ବୋଲି ଲେଖି ଶୁଭେଚ୍ଛା ଜଣାଇଛନ୍ତି । ସୁଦର୍ଶନଙ୍କ ବାଲୁକାକଳା ପ୍ରାୟ ୨୦ ଫୁଟ ଲମ୍ବା ଏବଂ ୮ ଫୁଟ ଉଚ୍ଚତା ବିଶିଷ୍ଟ ହୋଇଛି । ସୁଦର୍ଶନ ତାଙ୍କ ବାଲୁକାକଳା ଜରିଆରେ ଦେଶ ପ୍ରତି ସେବାର ଏହି ନୂତନ ଯାତ୍ରା ଆରମ୍ଭ କରୁଥିବା ଉପରାଷ୍ଟ୍ରପତିଙ୍କୁ ଦେଶର ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଛନ୍ତି । ସୁଦର୍ଶନ ଏହି ବାଲୁକାକଳାକୁ ଗଢିବାକୁ ପ୍ରାୟ ୧୦ ଟନ୍ ବାଲି ବ୍ୟବହାର କରିଛନ୍ତି ।


ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, "ଭାରତର 15ତମ ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିବା ସିପି ରାଧାକ୍ରିଷ୍ଣନଙ୍କୁ ଆମ ବାଲୁକା କଳାରେ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରୁଛୁ । ପ୍ରାୟ 20 ଫୁଟ ପ୍ରସ୍ତ ଓ 8 ଫୁଟ ଉଚ୍ଚର ଏହି ସ୍ଯାଣ୍ଡ ଆର୍ଟ ପ୍ରସ୍ତୁତ କରିଛୁ ।" 

💬 Leave a Comment

🗨️ Approved Comments

No comments yet.

🔗 Share this article: