🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ପତ୍ନୀଙ୍କୁ ମାଡ଼ ମାରି ରାସ୍ତାରେ ଚଳାଇ ନେବା ଘଟଣା : ସ୍ବାମୀ ଗିରଫ - NILACHALA SAMACHAR
Article Image

ପତ୍ନୀଙ୍କୁ ମାଡ଼ ମାରି ରାସ୍ତାରେ ଚଳାଇ ନେବା ଘଟଣା : ସ୍ବାମୀ ଗିରଫ

🗂 Local | 🕒 11 Sep 2025, 01:12 IST

ନିମାପଡା, ଶିକ୍ଷୟିତ୍ରୀ ପତ୍ନୀଙ୍କ ପରକୀୟା ପ୍ରୀତିରେ ନୂଆ ମୋଡ଼ । ପତ୍ନୀଙ୍କ ପାଲଟା ଅଭିଯୋଗ ଆଧାରରେ ଅଭିଯୁକ୍ତ ସ୍ଵାମୀ ଗିରଫ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କାକଟପୁର ଥାନା ଅନ୍ତର୍ଗତ ବଡକଣ ଗ୍ରାମରେ ।   ଘଟଣା ଅନୁସାରେ, ଗତକାଲି ସନ୍ଧ୍ୟାରେ ଅଭିଯୁକ୍ତ ସ୍ବାମୀ ନିମାପଡ଼ା ବଜାରରେ ଭଡ଼ା ଘରେ ରହୁଥିବା ତାଙ୍କ ଶିକ୍ଷୟିତ୍ରୀ ପତ୍ନୀଙ୍କୁ ତାଙ୍କ ପ୍ରେମିକ ସହ ଅସଂଜତ ଅବସ୍ଥାରେ ଧରିଥିଲେ । ପରେ ଉଭୟଙ୍କୁ ମାଡ଼ ମାରି ରାସ୍ତାରେ ସର୍ବ ସମ୍ମୁଖରେ ଚଳାଇ ଚଳାଇ ପୋଲିସ ଜିମା ଦେଇଥିଲେ । ମାତ୍ର ପତ୍ନୀଙ୍କ ପାଲଟା ଅଭିଯୋଗ ଆଧାରରେ ଥାନାରେ ଏକ ମାମଲା ରୁଜୁ କରି ପୋଲିସ ଅଭିଯୁକ୍ତ ସ୍ଵାମୀକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।

ସୂଚନାଯୋଗ୍ୟ ଯେ, ଅଭିଯୁକ୍ତଙ୍କ ପତ୍ନୀ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି । ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ମନମାଳିନ୍ୟ ହେବାରୁ ମହିଳା ଜଣଙ୍କ ନିଜ ନାବାଳକ ପୁଅ ସହ ଭଡ଼ା ଘରେ ରହିଆସୁଛନ୍ତି। ଗତକାଲି ସନ୍ଧ୍ୟାରେ ମହିଳାଙ୍କ ପୁଅ ଟିୟୁସନ୍ ଯାଇଥିଲା ବେଳେ ମହିଳା ଘରେ ଏକୁଟିଆ ଥିଲେ । ଏହି ସମୟରେ ମହିଳା ଜଣଙ୍କ ନିଜ ଶିକ୍ଷକ ବନ୍ଧୁଙ୍କ ସହ ଘରେ କଥା ହେଉଥିଲେ। ଏହି ସମୟରେ ମହିଳାଙ୍କ ସ୍ବାମୀ ଅନ୍ୟ ଜଣେ ସହଯୋଗୀଙ୍କ ସହ ପହଞ୍ଚିଥିଲେ। ପତ୍ନୀ ଓ ଶିକ୍ଷକ ବନ୍ଧୁଙ୍କୁ ମାଡ ମାରି ଭୟଭୀତ କରି ସେମାନେ କହିବା ଅନୁସାରେ ଭିଡିଓ କରିଥଲେ। ପରେ ପରସ୍ପରକୁ ଫୁଲ ମାଳ ପିନ୍ଧାଇ ଉଭୟଙ୍କୁ ମାଡ ମାରି ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ରାସ୍ତାରେ ଚଳାଇ ଚଳାଇ ନେଇ ପୋଲିସ ନିକଟରେ ହାଜର କରିଥଲେ ବୋଲି ମହିଳା ଜଣଙ୍କ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।


💬 Leave a Comment

🗨️ Approved Comments

No comments yet.

🔗 Share this article: