୧୧. ୨୫ ଗ୍ରାମ ବ୍ରାଉନ ସୁଗାର ଜବତ, ଜଣେ ଗିରଫ - NILACHALA SAMACHAR
Article Image

୧୧. ୨୫ ଗ୍ରାମ ବ୍ରାଉନ ସୁଗାର ଜବତ, ଜଣେ ଗିରଫ

🗂 Crime | 🕒 11 Sep 2025, 20:18 IST


ପୁରୀ, ଜଗନ୍ନାଥ ବଲ୍ଲଭ ମଠ ପରିସର ଗୁମ୍ଫା ମହାବୀର ମନ୍ଦିର ନିକଟରୁ ଟାଉନ ଥାନା ପୁଲିସ ୧୧. ୨୫ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଜଣକ ମାର୍କଣ୍ଡେଶ୍ୱର ସାହି ନୂଆପାଟଣା ଲେନର ରାଜା ଓରଫ ଆଶୁତୋଷ ଦାସ ୩୨ l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ଅଭିଯୁକ୍ତ ବ୍ରାଉନ ସୁଗାର ରଖିଥିବା ନେଇ ଗୁରୁବାର ସକାଳେ ପୁଲିସ ବିଶେଷ ସୂତ୍ରରୁ ଜାଣିବାକୁ ପାଇଥିଲା l ଘଟଣା ସ୍ଥଳରେ ପୁଲିସ ଚଢ଼ାଉ କରି ଅଭିଯୁକ୍ତକୁ ଗିରଫ କରିଥିଲା l ଅଭିଯୁକ୍ତକୁ ଯାଞ୍ଚ ପରେ ତା ନିକଟରୁ ବ୍ରାଉନ ସୁଗାର ପୁଡିଆ ମିଳିଥିଲା l ଏନଡିପିଏସ ଆକ୍ଟରେ ୪୪୨/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: