ବେଆଇନ ଏସକଫ ସିରଫ କାରବାର ଅଭିଯୋଗ, ଜଣେ ଗିରଫ - NILACHALA SAMACHAR
Article Image

ବେଆଇନ ଏସକଫ ସିରଫ କାରବାର ଅଭିଯୋଗ, ଜଣେ ଗିରଫ

🗂 Crime | 🕒 11 Sep 2025, 20:24 IST


ପୁରୀ, ବଡଦାଣ୍ଡ ସୂରିୟା ମାର୍କେଟ କମ୍ପ୍ଲେକ୍ସ ନିକଟରେ ବେଆଇନ ଏସକଫ ସିରଫ କାରବାର ଅଭିଯୋଗରେ ଟାଉନ ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଜଣକ ବାସେଳୀସାହି ଥାନା ଅନ୍ତର୍ଗତ ତ୍ରିଦେବ ନଗରର ବାବାଜୀ ଓରଫ ବାସୁଦେବ ମହାରଣା ୫୬ l ଅଭିଯୁକ୍ତ ନିକଟରୁ ୧୮ଟି ଏସକଫ ସିରଫ, ୧୬ଶହ ଟଙ୍କା ଓ ମୋବାଇଲ ଜବତ କରିଛି ପୁଲିସ l ଅଭିଯୁକ୍ତ ଗତକାଲି ଏସକଫ ସିରଫ କାରବାର କରୁଥିବା ବେଳେ ପୁଲିସ ହାତରେ ଧରା ପଡିଥିଲା l ପରେ ୪୩୬/୨୦୨୫ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି l

💬 Leave a Comment

🗨️ Approved Comments

No comments yet.

🔗 Share this article: