ପୁଣି ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍ ସୁରକ୍ଷାକୁ ପୁଣି ଚ୍ୟାଲେଞ୍ଜ । - NILACHALA SAMACHAR
Article Image

ପୁଣି ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍ ସୁରକ୍ଷାକୁ ପୁଣି ଚ୍ୟାଲେଞ୍ଜ ।

🗂 Crime | 🕒 12 Sep 2025, 00:28 IST

ପୁରୀ ଶ୍ରୀମନ୍ଦିର ସୁରକ୍ଷାକୁ ପୁଣି ଚ୍ୟାଲେଞ୍ଜ । ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ଉଡିଲା ଡ୍ରୋନ୍ । ୧୫ ମିନିଟ୍ ଧରି ଶ୍ରୀମନ୍ଦିର ଉପରେ ଡ୍ରୋନଟି ପଇଁତରା ମାରିଥିବା ଦେଖିବାକୁ ମିଳିଛି । ଗୁରୁବାର ସନ୍ଧ୍ୟା ସମୟରେ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିଥିବା ଦେଖିବାକୁ ମିଳିଛି । କେବଳ ଶ୍ରୀମନ୍ଦିର ଉପରେ ନୁହେଁ ନୀଳଚକ୍ର, ସିଂହଦ୍ଵାର ଠାରୁ ଉତ୍ତର ଦ୍ୱାର ଏବଂ ଶ୍ରୀମନ୍ଦିର ପରିକ୍ରମା ମାର୍ଗର ଉପର ଭାଗରେ ଉଡିଛି ଡ୍ରୋନ୍ ।

ଡ୍ରୋନ୍ କ୍ୟାମେରାରେ ଶ୍ରୀମନ୍ଦିରର ସମ୍ବେଦନଶୀଳ ସ୍ଥାନ ଗୁଡିକର ଟିକିନିଖି ଭିଜୁଆଲ ନିଆଯାଇଥିବା ଜଣାପଡିଛି । ଦୀର୍ଘ ୧୫ ମିନିଟ୍ ଧରି ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡିଥିବା ବେଳେ ଏହାକୁ କିଏ ଏବଂ କେଉଁଠାରୁ ଅପରେଟ୍ କରୁଥିଲା ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ଘଟଣାକୁ ପୁରୀ ପୋଲିସ ଗୁରୁତର ସହ ନେଇ ତଦନ୍ତ କରୁଛି । ବାରମ୍ବାର ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡୁଥିବା ବେଳେ ଆଣ୍ଟି ଡ୍ରୋନ୍ ଟେକ୍ନୋଲୋଜି ସିଷ୍ଟମ କେବେଠାରୁ କାର୍ଯ୍ୟ କ୍ଷମ ହେବ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।


💬 Leave a Comment

🗨️ Approved Comments

No comments yet.

🔗 Share this article: