🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ଦୁର୍ଗାପୂଜା ଓ ଭସାଣି ପ୍ରସ୍ତୁତି ବୈଠକ ଅନୁଷ୍ଠିତ। - NILACHALA SAMACHAR
Article Image

ଦୁର୍ଗାପୂଜା ଓ ଭସାଣି ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

🗂 Local | 🕒 12 Sep 2025, 19:53 IST


ପୁରୀ ଦୁର୍ଗାପୂଜା ଓ ଭସାଣି ଉତ୍ସବ କୁ ଶାନ୍ତି ଶୃଙ୍ଖଳାର ସହ ସମ୍ପର୍ଣ୍ଣ କରିବା ଉଦ୍ଦେଶ୍ୟରେ ଏକ ପ୍ରସ୍ତୁତି ବୈଠକ ସର୍କିଟ ହାଉସ ସମ୍ମିଳନୀ ଗୃହରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ଦୁର୍ଗାପୂଜା ଆନନ୍ଦ ଉଲ୍ଲାସର ପର୍ବ।ତେବେ ଶ୍ରୀକ୍ଷେତ୍ରରେ ଦୂର୍ଗା ପୂଜା ନିଆରା ଭାବେ ପାଳନ ହେବା ସହ ସିଂହଦ୍ବାର ଠାରେ ଭସାଣି ବା ଗୋଷାଣି ଯାତ୍ରା ଅନୁଷ୍ଠିତ ହୋଇଥାଏ।ପ୍ରତ୍ୟେକ ପୂଜା କମିଟି ଓ ବିଭାଗ ଶୃଙ୍ଖଳା ର ସହ ଏହାକୁ ପରିଚାଳନା କରିବାକୁ ଜିଲ୍ଲାପାଳ ଅନୁରୋଧ କରିଥିଲେ।ଗତବର୍ଷ ମାନଙ୍କ ପରି ସମସ୍ତ ଙ୍କ ସହଯୋଗ ରେ ପୂଜା ଓ ଭସାଣି ଶୃଙ୍ଖଳିତ ଓ ଭାଇଚାରାର ସହ ସମ୍ପର୍ଣ୍ଣ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଥିଲେ।ଏସ ପି ପ୍ରତୀକ ସିଂ ମାନ୍ୟବର କୋର୍ଟ ଓ ସରକାର ଧାର୍ଯ୍ୟ କରିଥିବା ମାର୍ଗଦର୍ଶିକା ଆଧାରରେ ଏବଂ ସମସ୍ତଙ୍କ ସହଯୋଗ ରେ ଏହି ମହାନ ପର୍ବ କୁ ଶାନ୍ତି ଶୃଙ୍ଖଳା ର ସହ ପାଳନ କରିବାକୁ ଅନୁରୋଧ କରିଥିଲେ।ଦଶହରା ଅକ୍ଟୋବର ୨ ତାରିଖରେ ଓ ଭସାଣି ଗୋଷାଣୀ ଯାତ୍ରା ଉତ୍ସବ ଅକ୍ଟୋବର ୩ ତାରିଖରେ ସିଂହଦ୍ଵାର ଠାରେ ଅନୁଷ୍ଠିତ ହେବ। ସେପ୍ଟେମ୍ବର ୨୮ ତାରିଖରେ ଷଷ୍ଠୀ,୨୯ ତାରିଖରେ ମହାସପ୍ତମୀ, ୩୦ ତାରିଖରେ ମହାଷ୍ଟମୀ, ଅକ୍ଟୋବର ୧ ତାରିଖରେ ନବମୀ ଅନୁଷ୍ଠିତ ହେବ। ପୂଜା ସମୟରେ ପ୍ରତ୍ୟେକ ପୁଜା କମିଟି ଉପଯୁକ୍ତ କର୍ତ୍ତୃପକ୍ଷ ଙ୍କ ଠାରୁ ବିଦ୍ୟୁତ ଯୋଗାଣ, ଅଗ୍ନି ନିର୍ବାପକ, ତୋରଣ ନିର୍ମାଣ, ମାଇକ ବ୍ୟବହାର, ମଣ୍ଡପ ସ୍ଥାନ ଇତ୍ୟାଦି ର ଅନୁମତି ନେବା ଜରୁରୀ।ମାନ୍ୟବର କୋର୍ଟ ଙ୍କ ନିର୍ଦ୍ଦେଶ ଅନୁସାରେ କୌଣସି କ୍ଷେତ୍ରରେ ବିନା ଅନୁମତିରେ ପୂଜା ମଣ୍ଡପ ରେ ପୂଜା ହୋଇ ପାରିବ ନାହିଁ।ପୂଜା କମିଟି ମାନେ ଅଗ୍ନି ନିର୍ବାପକ ବ୍ୟବସ୍ଥା କରିବେ, ରାସ୍ତା ଅବରୋଧ ନ କରି ମଣ୍ଡପ ବା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ, ସ୍ୱଛତା ବ୍ୟବସ୍ଥା କରିବେ।କୌଣସି ପୂଜା କମିଟି ବାଣ ଫୁଟାଇବେ ନାହିଁ।ଭସାଣୀ ଦିନ ସିଂହଦ୍ୱାର ଠାରେ ସମସ୍ତ ମେଢ଼ ଗୁଡିକ ଏକତ୍ରିତ ହେବେ। ସେଠାରେ ମେଢ ପ୍ରଦର୍ଶନ କରାଯିବା ପରେ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ। ମେଢ ଗୁଡିକ ପୌର ପାଳିକା ପକ୍ଷରୁ ପ୍ରସ୍ତୁତ ଶ୍ରୀ ସେତୁ ନିକଟ ମୂଷା ନଈର ଅସ୍ଥାୟୀ ପୋଖରୀରେ ବିସର୍ଜିତ ହେବେ।ଏଠାରେ ଆଲୋକ ବ୍ୟବସ୍ଥା, ଅସ୍ଥାୟୀ ପୋଖରୀ କୁ ଉପଯୁକ୍ତ ପ୍ରସ୍ତୁତ ବ୍ୟବସ୍ଥା, କ୍ରେନ ବ୍ୟବସ୍ଥା ଓ ଯୋଗାଯୋଗ ରାସ୍ତା କୁ ମରାମତି ପୌରପାଳିକା ପକ୍ଷରୁ କରାଯିବ। ସେହିପରି ଆରକ୍ଷୀ ବିଭାଗ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା,ଟ୍ରାଫିକ ନିୟନ୍ତ୍ରଣ, ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ନିର୍ବାପକ ଓ କୌଣସି ଦୁର୍ଘଟଣା ପାଇଁ ପଦକ୍ଷେପ ନେବା,ପୂଜା ଓ ଭସାଣୀ ସମୟରେ ପାନୀୟ ଜଳ ବ୍ୟବସ୍ଥା, ଆଲୋକ ବ୍ୟବସ୍ଥା, ରାସ୍ତା ଘାଟ ମରାମତି ଇତ୍ୟାଦି ବ୍ୟବସ୍ଥା ସମ୍ପୃକ୍ତ ବିଭାଗ ମାନେ କରିବାକୁ ଅନୁରୋଧ କରାଗଲା।ପୂଜା କମିଟି ମାନେ ଶୃଙ୍ଖଳାରକ୍ଷା ଓ ସୁରକ୍ଷା ପାଇଁ ସ୍ୱଛାସେବୀ ନିୟୋଜନ କରିବା,ସି ସି ଟିଭି ଲଗାଇବା, ପୂଜା କମିଟି ର ସ୍ୱଛାସେବୀ ଙ୍କୁ ଚିହ୍ନଟ ପାଇଁ ପରିଚୟ ପତ୍ର ବ୍ୟବସ୍ଥା କରିବା କୁ ଅନୁରୋଧ କରାଯାଇଥିଲା।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ପୂଜା କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବ୍ୟବସ୍ଥା ସହ ସ୍ଥାୟୀ ବିସର୍ଜନ ସ୍ଥଳ କୁ ପୂର୍ବ ପରି ଆକର୍ଷଣୀୟ କରିବାକୁ ଅନୁରୋଧ କରାଯାଇଥିଲା।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡ ଶରତ ଚନ୍ଦ୍ର ମହାପାତ୍ର, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା,ଉପ ଜିଲ୍ଲାପାଳ ରାଜ କିଶୋର ସ୍ବାଇଁ, ସିଡିଏମଓ ଡା ଅକ୍ଷୟ କୁମାର ଶତପଥୀ,ଡିଆବି ଅତିରିକ୍ତ ଏସପି ଦେବୀ ପ୍ରସାଦ ପ୍ରତାପ,ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ,ସିଟି ଡିଏସପି ପ୍ରଶାନ୍ତ କୁମାର ସାହୁ,ଶ୍ରୀକ୍ଷେତ୍ର ଗୋଷାଣି ପୂଜା କମିଟିର ଉପ ସଭାପତି ରାମଚନ୍ଦ୍ର ଦାସ ମହାପାତ୍ର,ଉପ ସଭାପତି ନାରାୟଣ ମହା ସୁଆର, ସମ୍ପାଦକ ଅନିରୁଦ୍ଧ ରାଉତ, ଯୁଗ୍ମ ସମ୍ପାଦକ ଗଣେଶ ମହାସୁଆର, ପ୍ରଶାନ୍ତ ମହାନ୍ତି,କୋଷାଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ସଦସ୍ୟ ଶ୍ୟାମ ସୁନ୍ଦର ମହାପାତ୍ର, ବିଭିନ୍ନ ବିଭାଗର ଅଧିକାରୀ, ସମସ୍ତ ଦୂର୍ଗାପୂଜା ମଣ୍ଡପ ର ସଭାପତି, ସମ୍ପାଦକ ଓ ବରିଷ୍ଠ କର୍ମକମର୍ତ୍ତା ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଅଶଂଗ୍ରହଣ କରିଥିଲେ।ପ୍ରାରମ୍ଭରେ ପୂଜା କମିଟି ପକ୍ଷରୁ ଜିଲ୍ଲାପାଳ ଓ ଏସ ପି ଙ୍କୁ ପୁଷ୍ପ ଗୁଛ ଦେଇ ସ୍ବାଗତ କରାଯାଇଥିଲା।

💬 Leave a Comment

🗨️ Approved Comments

No comments yet.

🔗 Share this article: