ଏସକଫ ସିରଫ କାରବାର ଅଭିଯୋଗରେ ୨ ଗିରଫ - NILACHALA SAMACHAR
Article Image

ଏସକଫ ସିରଫ କାରବାର ଅଭିଯୋଗରେ ୨ ଗିରଫ

🗂 Crime | 🕒 12 Sep 2025, 21:02 IST


ପୁରୀ, ମଙ୍ଗଳାଘାଟ ଝାଟି ଯାଗା ନିକଟରେ ବେଆଇନ ଏସକଫ ସିରଫ ବୋତଲ କାରବାର ଅଭିଯୋଗରେ ବାସେଳୀସାହି ଥାନା ପୁଲିସ ୨ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ସେମାନଙ୍କ ଠାରୁ ୨୨ଟି ଏସକଫ ସିରଫ ବୋତଲ ଜବତ କରାଯାଇଛି l ଅଭିଯୁକ୍ତ ଦ୍ବୟଙ୍କ ପରିଚୟ ତିଗିରି ସାହି ହରିଜନ ବସ୍ତିର ରାହୁଲ ଓରଫ ସୋମନାଥ ନାଏକ ୨୫ ଓ ଗୁଲୁ ଓରଫ ବିଶ୍ୱନାଥ ନାଏକ ୨୪ l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ଗୁରୁବାର ଦିନ ପୁଲିସ ପକ୍ଷରୁ ପାଟ୍ରୋଲିଂ କରାଯାଉଥିବା ବେଳେ ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା ଯେ କେହି ଦୁର୍ବୁତ୍ତ ବେଆଇନ ଭାବେ ଏସକଫ ସିରଫ କାରବାର କରୁଛନ୍ତି l ପୁଲିସ ଘଟଣା ସ୍ଥଳରେ ଚଢ଼ାଉ କରି ଅଭିଯୁକ୍ତ ଦ୍ବୟକୁ ଗିରଫ କରିବା ସହ ଏସକଫ ସିରଫ ବୋତଲ ଜବତ କରିଥିଲା l ପରେ ୧୭୮/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ଶୁକ୍ରବାର ଅଭିଯୁକ୍ତ ଦ୍ବୟକୁ କୋର୍ଟ ଚାଲାଣ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: