🗂 Crime | 🕒 12 Sep 2025, 21:05 IST
ପୁରୀ, ରେଡିମେଡ଼ ପୋଷାକ ଦୋକାନରୁ ପୋଷାକ ଚୋରି କରିବା ଅଭିଯୋଗରେ ସମୁଦ୍ରକୂଳ ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଜଣକ ବଳିଆପଣ୍ଡା ଶାନ୍ତି ଗେଷ୍ଟ ହାଉସ ଲେନର ତ୍ରିନାଥ ବାରିକ ୩୩ l ଅଭିଯୁକ୍ତ ନିକଟରୁ ପୋଷାକ ଜବତ କରିଛି ପୁଲିସ l ଗୌଡ଼ବାଡ଼ ସାହି ଅଂଚଳର ବାସୁଦେବ ସିଲ ଗତ ଗୁରୁବାର ଥାନାରେ ଅଭିଯୋଗ କରିଥିଲେ ଯେ ତାଙ୍କର ରେଡିମେଡ଼ ପୋଷାକ ଦୋକାନ ଗତ ବୁଧବାର ରାତ୍ରରେ ବନ୍ଦ କରି ଘରକୁ ଯାଇଥିଲେ l ଶୁକ୍ରବାର ସକାଳେ ଦୋକାନକୁ ଆସି ଦେଖିଥିଲେ ଯେ ଦୋକାନରୁ ପୋଷାକ ଚୋରି ଯାଇଛି l ସେ ଅଭିଯୋଗ କରିଥିଲେ l. ଉକ୍ତ ଅଭିଯୋଗ କ୍ରମେ ୨୫୫/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ତଦନ୍ତ ପରେ ଅଭିଯୁକ୍ତକୁ ଗିରଫ କରାଯାଇ ପୋଷାକ ଜବତ ପରେ କୋର୍ଟ ଚାଲାଣ କରାଯାଇଥିଲା l
No comments yet.