ବାଇକ ଚୋରି ଅଭିଯୋଗରେ ୨ ଗିରଫ - NILACHALA SAMACHAR
Article Image

ବାଇକ ଚୋରି ଅଭିଯୋଗରେ ୨ ଗିରଫ

🗂 Crime | 🕒 12 Sep 2025, 23:25 IST


ପୁରୀ, ବାଇକ ଚୋରି କରିବା ଓ ଚୋରି ବାଇକ କିଣିବା ଅଭିଯୋଗରେ ସିଂହଦ୍ୱାର ଥାନା ପୁଲିସ ୨ ଜଣକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଦ୍ବୟଙ୍କ ପରିଚୟ ସଦର ଥାନା ଅନ୍ତର୍ଗତ ହଳଦିଆର ତୋଫାନ ବେହେରା ୩୨ ଓ ସତ୍ୟବାଦୀ ଥାନା ଅନ୍ତର୍ଗତ ବରାଳ ଗ୍ରାମର ନୃସିଂହ ମହାପାତ୍ର ୩୧ l ଅଭିଯୁକ୍ତଙ୍କ ନିକଟରୁ ୨ଟି ବାଇକ ଜବତ କରାଯାଇଛି l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ଗତ ଅଗଷ୍ଟ ୨୪ତାରିଖରେ ସ୍ୱତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀରେ ଥିବା କିଶୋର ଚନ୍ଦ୍ର ବେହେରା ଥାନାରେ ଅଭିଯୋଗ କରିଥିଲେ ଯେ ତାଙ୍କର ଓଡି ୧୧ଏଫ ୪୮୩୫ନମ୍ବର ବିଶିଷ୍ଟ ବାଇକ ଚୋରି ହୋଇଛି l ଉକ୍ତ ଅଭିଯୋଗ କ୍ରମେ ୧୩୦/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା l ତଦନ୍ତ ପରେ ୨ ଅଭିଯୁକ୍ତକୁ ଗିରଫ କରାଯାଇଥିଲା l ହଳଦିଆର ତୋଫାନ ବେହେରା ସୁରକ୍ଷା କର୍ମୀ କିଶୋର ଚନ୍ଦ୍ର ବେହେରାଙ୍କ ବାଇକ ଚୋରି କରିଥିବା ନେଇ ସ୍ୱୀକାର କରିଥିଲା l ଅଧିକ ତଦନ୍ତ ପରେ ଅଭିଯୁକ୍ତ ତୋଫାନ ଅନ୍ୟ ଏକ ବାଇକ ଚୋରି କରି ବରାଳ ଗ୍ରାମର ନୃସିଂହ ମହାପାତ୍ରଙ୍କୁ ବିକ୍ରୟ କରିଥିଲା l ନୃସିଂହ ୨ହଜାର ଟଙ୍କା ଦେଇ ତୋଫାନ ଠାରୁ ବାଇକ କିଣିଥିଲେ l ବାଇକ ଚୋରି ଓ ଚୋରି ବାଇକ କିଣିବା ଅଭିଯୋରେ ଉଭୟ ଅଭିଯୁକ୍ତ କୁ ଗିରଫ କରାଯାଇ ବାଇକ ଜବତ କରାଯାଇଥିଲା l ଉଭୟଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: