ସାଧାରଣ ସଭା ବର୍ଜନ କଲେ ନିର୍ଦେଶକ - NILACHALA SAMACHAR
Article Image

ସାଧାରଣ ସଭା ବର୍ଜନ କଲେ ନିର୍ଦେଶକ

🗂 Local | 🕒 13 Sep 2025, 21:26 IST


ପୁରୀ, ଶନିବାର ପୁରୀ ଅର୍ବାନ କୋ ଅପରେଟିଭ ବ୍ୟାଙ୍କ ଲି. ପୁରୀର 80ତମ ସାଧାରଣ ସଭା ବ୍ୟାଙ୍କ ପରିସରରେ ଅନୁଷ୍ଠିତ ହୋଇଯାଇଅଛି l ବ୍ୟାଙ୍କର କେତେକ ଅନିୟମିତତା, ଅଗଣତାନ୍ତ୍ରିକ ପଦକ୍ଷେପ ଓ ବ୍ୟାଙ୍କରେ ବେଆଇନ କର୍ମଚାରି ନିଯୁକ୍ତି କରିବାର ମସୁଧାକୁ ନେଇ ଉପ ସଭାନେତ୍ରି ମମତାରାଣୀ ସାହୁ ସମେତ ନିର୍ଦ୍ଦେଶକ ଡଃ ପ୍ରଧାନ ଧୀରେନ ରାୟ, ପ୍ରତାପ କୁମାର ମହାନ୍ତି, ଉମାକାନ୍ତ ନାୟକ, ବୃନ୍ଦାବନ ବେହେରା ଓ ଅନିଲ କୁମାର ସାହୁ ମଞ୍ଚ ଉପରକୁ ନ ଯାଇ ସାଧାରଣ ସଭା ଓ ସଭାପତିଙ୍କ ଅଭିଭାଷଣକୁ ବର୍ଜନ କରିଥିଲେ l ଆଗାମୀ ଦିନରେ ପୁରୀର ଏହି ଐତିହପୂର୍ଣ୍ଣ ବ୍ୟାଙ୍କର ସୁରକ୍ଷା, ସମ୍ମାନ ଓ ଗରିମା ନିମନ୍ତେ ବ୍ୟାଙ୍କର ସମସ୍ତ ସଭ୍ୟଙ୍କ ସହଯୋଗ କାମନା କରିବା ସହ ନିବେଶକଙ୍କ ଅର୍ଥର ସୁରକ୍ଷା ପାଇଁ ଆମ୍ଭେ ସଂକଳ୍ପବଦ୍ଧ ଅଟୁ ବୋଲି କହିଥିଲେ ନିର୍ଦେଶକ ମାନେ l

💬 Leave a Comment

🗨️ Approved Comments

No comments yet.

🔗 Share this article: