🗂 Crime | 🕒 14 Sep 2025, 15:15 IST
ପୁରୀ, ସମୁଦ୍ରକୂଳ ଥାନା ପୁଲିସ ୩ଟି ଚୋରି ବାଇକ ଉଦ୍ଧାର କରିବା ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଜଣକ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ନୁଆସାହିର ଅଜୟ ସିଂହ ୧୯ l ପୁଲିସ ସୂତ୍ରରୁ ଜଣାଯାଇଛି ଯେ କୁମ୍ଭାରପଡା ଥାନା ଅନ୍ତର୍ଗତ ବାଲିଉପରେ ରହୁଥିବା କଟକ ବଡ଼ମ୍ବା ନରସିଂହପୁରର ଅଜୟ ଦାସ ୨୧ ଗତ ଶୁକ୍ରବାର ଥାନାରେ ତାଙ୍କର ବାଇକ ଚୋରି ନେଇ ସେ ଅଭିଯୋଗ କରିଥିଲେ l ସେ ଅଭିଯୋଗ କରିଥିଲେ ଯେ ତାଙ୍କର ଓଡି ୦୫ବିପି ୫୨୮୦ନମ୍ବର ବିଶିଷ୍ଟ ବାଇକଟି ସ୍ୱର୍ଗଦ୍ୱାର ନିକଟରେ ପାର୍କିଂ କରି ରଖିଥିଲେ l. ପରେ କିଛି ସମୟ ପରେ ବାଇକଟି ପାଇନଥିଲେ l ବାଇକ ଚୋରି ହୋଇଥିବା ନେଇ ସେ ଥାନାରେ ଅଭିଯୋଗ କରିଥିଲେ l ଉକ୍ତ ଅଭିଯୋଗ କ୍ରମେ ୨୫୮/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା l ତଦନ୍ତ ବେଳେ ଉକ୍ତ ବାଇକ ଜବତ କରାଯାଇ ଅଭିଯୁକ୍ତ ଅଜୟ ସିଂହକୁ ଗିରଫ କରାଯାଇଥିଲା l ଅଭିଯୁକ୍ତ ନିକଟରୁ ଓଡି ୧୧ଏ ଏଏଫ ୩୩୭୩ ଓ ଓଡି ୦୨ଏଏକ୍ସ ୦୭୪୧ ନମ୍ବର ବିଶିଷ୍ଟ ଆଉ ୨ଟି ଚୋରି ବାଇକ ଜବତ କରାଯାଇଥିଲା l ଶନିବାର ଅପରାହ୍ନରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା l
No comments yet.