🗂 Local | 🕒 15 Sep 2025, 14:35 IST
ପୁରୀ, ଚନ୍ଦନପୁର ଥାନା ଅନ୍ତର୍ଗତ ବାଲିପଡ଼ା ପଞ୍ଚାୟତ ଅଧୀନ କାଳିଆକେରା ଗ୍ରାମର ବାବୁଲି ନାୟକ ଓ ମାନସ ନାୟକ ନିଜ ପରିବାରର ୬ ଜଣ ସଦସ୍ୟଙ୍କ ସହିତ ରାତିରେ ଘରେ ସୋଇଥିବା ବେଳେ ରବିବାର ବିଳମ୍ବିତ ରାତ୍ରରେ ସଟ୍ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ୪ ବଖରା ଘର ସଂପୂର୍ଣ୍ଣ ଜଳିଯାଇଛି l ଏଥି ସହିତ ଘରର ସମସ୍ତ ଆସବାବପତ୍ର ଏବଂ ତିନି ଲକ୍ଷ ବିଡ଼ା ୫୦୦ ଟଙ୍କିଆ ନୋଟ୍ ଜଳିଯାଇଛି l ଯାହାକି ପଇଡ଼ ବ୍ୟବସାୟ କରି ଏବଂ ଲୋନ୍ କରି ବାବୁଲି ନାୟକ ଘର ତିଆରି ପାଇଁ ଟଙ୍କା ସଞ୍ଚୟ କରିଥିବା ନେଇ ଜଣାଯାଇଛି । ପରିବାର ଲୋକେ ଉଠିବା ବେଳକୁ ଘର ସାରା ନିଆଁ ବ୍ୟାପି ଯାଇଥିଲା। ଜୀବନ ବଞ୍ଚାଇବାକୁ ପରିବାର ଲୋକେ ବାହାରକୁ ଆସିବାବେଳେ ଉପରେ ନିଆଁ ପଡ଼ିଯିବାରୁ ଦୁଇ ଜଣ ଆହତ ହୋଇଛନ୍ତି। ବାବୁଲି ନାୟକ ଚିକିତ୍ସା ପାଇଁ ପୁରୀ ମେଡିକାଲରେ ଚିକିତ୍ସିତ ହୋଇଛନ୍ତି । ସମସ୍ତ ଆସବାବପତ୍ର ସହ ନଗଦ ୩ ଲକ୍ଷ ଟଙ୍କା (୫ଶହ ଟଙ୍କିଆ) ଏବଂ ୩ ଟି ମୋବାଇଲ ଫୋନ୍, ଟିଭି, ଫ୍ୟାନ, ଦୁଇଟି ସାଇକେଲ, ସୁନା, ରୂପା ଗହଣା , ପିନ୍ଧା ଲୁଗା
ସବୁ ପୋଡ଼ଯାଇଛି। ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ l ସେତେବେଳକୁ ସବୁ ପୋଡି ଯାଇ ନଷ୍ଟ ହୋଇଥିଲା l ପ୍ରଶାସନିକ ସ୍ତରରେ ସାହାଯ୍ୟ ମିଳିବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି l
No comments yet.