🗂 Local | 🕒 15 Sep 2025, 14:47 IST
ପୁରୀ, ସମଗ୍ର ବିଶ୍ବର ଅଧୀଶ୍ଵର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରିଚୟରେ ଗୌରବମୟ ଓଡିଶାର ସଭ୍ୟତା ଓ ସଂସ୍କୃତି ଭାରତୀୟ ବେଦ ଲକ୍ଷଣା ଗୋବଂଶଙ୍କ ସହ ଓତଃପୋତ ଭାବେ ଜଡ଼ିତ । ଓଡିଶାର ସାମାଜିକ ଜୀବନ ଓ ଅର୍ଥନୈତିକ ବିକାଶର ମୂଳ ଆଧାର କୃଷି ଓ ଗୋପାଳନ ଲୋକ ସଂସ୍କୃତିକୁ ନେଇ ପରିପୁଷ୍ଟ । ପ୍ରକୃତି, ପରିବେଶ ଓ ପର୍ଯ୍ୟାବରଣର ଶୁଦ୍ଧତା, ସନ୍ତୁଳନତା ଓ ଆବଶ୍ୟକୀୟ ପୋଷଣ ତତ୍ତ୍ଵ ଗୋବଂଶ ଓ ଗବ୍ୟପଦାର୍ଥରେ ସର୍ବାଧକ ମାତ୍ରାରେ ଭରି ରହିଥିବାରୁ ଗୋବଂଶଙ୍କ ସୁରକ୍ଷା, ସଂରକ୍ଷଣ ଓ ସମ୍ବନ୍ଧରେ ସରକାରଙ୍କ ପ୍ରାଥମିକ ଓ ରାଷ୍ଟ୍ରୀୟ କର୍ତ୍ତବ୍ୟ । ଈଶ୍ୱରଦର ଏହି ଅମୂଲ୍ୟ ଗୋ ସମ୍ପଦର ଅବକ୍ଷୟ ଏକ ରୁଗ୍ନ ସମାଜ ସୃଷ୍ଟି କରିବା ସହିତ ବିପର୍ଯ୍ୟୟ ଓ ଦୁର୍ଗତି ପଥରେ ପ୍ରେରିତ କରିଚାଲିଛି। ବିଗତ କିଛି ଦଶନ୍ଧି ଧରି ଗୋ ରକ୍ତ ରଞ୍ଜିତ ଶ୍ରୀଜଗନ୍ନାଥଙ୍କ ପବିତ୍ର ଓଡ଼ିଶା ମାଟିର କଳଙ୍କିତ ଅଧ୍ୟାୟର ପୃଷ୍ଠଭୂମିରେ ମାତ୍ରାଧିକ ଗୋହତ୍ୟା, ଗୋ ଚାଲାଣ/ଗୋମାଂସ ଚାଲାଣ,ଗୋବଂଶଙ୍କ ପ୍ରତି ଅନାଦର କରୁରତା,ବର୍ବରତା ଓ ଅବହେଳା ସହିତ ଗୋ ଅନୁକୂଳ ଶାସକୀୟ ନୀତିର ଅଭାବ ଓଡ଼ିଶାର ଗୌରବକୁ କ୍ଷୁଣ୍ଣ କରିଛି ।ଏହି ଭୟଙ୍କର ଅପରାଧକୁ ରୋକିବା ପାଇଁ ଗୋହତ୍ୟା ନିଷେଧ, ଗୋ ଚାଲାଣ ଉପରେ ଅଙ୍କୁଶ ତଥା ଗୋ ଅନୁକୂଳ ସରକାରୀ ନୀତି ଆଧାରରେ ‘ଓଡ଼ିଶା ଗୋହତ୍ୟା ନିଷେଧ ଓ ସଂରକ୍ଷଣ ବିଲ୍ ୨୦୨୪ ପରି ଏକ ସୁଦୃଢ଼ ଓ ସସକ୍ତ ଆଇନ୍ ବିଧାନସଭାରେ ପାରିତ କରାଇବା ଅତ୍ୟନ୍ତ ଆବଶ୍ୟକ ହୋଇପଡିଛି । ଏ ଦିଗରେ ରାଜ୍ୟ ସରକାରଙ୍କ ଉତ୍ସାହ ଓ ସମର୍ଥନ ଓଡ଼ିଶା ମାଟିକୁ ଗୋହତ୍ୟା କଳଙ୍କରୁ ମୁକ୍ତ କରିବା ଆବଶ୍ୟକ ।ସଂଘର ସଦସ୍ୟ ଗୌତମ ସାହୁ କହିଛନ୍ତି ଆଶା ଓ ବିଶ୍ଵାସ ଗୋ ସୁରକ୍ଷା ପରି ଏକ ସମ୍ବେଦନଶୀଳ ଓ ଉଦବେଗଜନକ ପ୍ରସଙ୍ଗକୁ ବିଶେଷ ଗୁରୁତ୍ବ ଦେଇ ଏହାକୁ ରୋକିବା ଦିଗରେ ଜନ୍ କଲ୍ୟାଣକାରୀ ଓଡ଼ିଶା ଗୋହତ୍ୟା ନିଷେଧ ଓ ସଂରକ୍ଷଣ ବିଲ୍ ୨୦୨୪ କୁ ପାରିତ କରି ଆଇନ୍ ରେ ପରିଣତ କରିବା ଦିଗରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ଓ କର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ହେବେ ।ଶ୍ରୀକ୍ଷେତ୍ର ଗୋ ସୁରକ୍ଷା ସମାବେଶର ଏହା ହିଁ ମୁଳ ଲକ୍ଷ ।ତେଣୁ ଏହାକୁ ନଜରରେ ରଖି ଗୋପ୍ରେମୀ ମାନେ ଏହାର ପ୍ରତିବାଦରେ ପୁରୀ ମରିଚିକୋଟ ଛକଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଏକ ଗୋ ସୁରକ୍ଷା ସଚେତନତା ରାଲି କରି ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଏହା ଗୋବଂଶଙ୍କ ହିତରେ ଏକ ଜନ୍ ଆନ୍ଦୋଳନ ଓ ଆଗାମୀ ଦିନରେ ଏହା ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ବ୍ୟାପ୍ତ ହେଵ ବୋଲି ଆୟୋଜିତ ସଭାରେ ମତ ପ୍ରକାଶ ପାଇଛି। ଅନ୍ୟଥା ଗୋ ସୁରକ୍ଷାକୁ ଭିତ୍ତିକରି ଆଗାମୀ ଜନ ଆନ୍ଦୋଳନରେ ଆଇନକୁ ହାତକୁ ନେବାକୁ ଓଡ଼ିଶାବାସୀ ପଶ୍ଚାତପଦ ହେବେ ନାହିଁ ଆଉ ଏଥନିମନ୍ତେ ରାଜ୍ୟ ସରକାର ହିଁ ଦାୟୀ ରହିବେ ବୋଲି ଶୋଭାଯାତ୍ରା ଦ୍ୱାରା ଜଣାଇଛନ୍ତି l ଏହି ଶୋଭାଯାତ୍ରାରେ ମୁକେଶ ସେନାପତି, ଜମ୍ବେଶ୍ୱର ପୃଷ୍ଟି, ନୃସିଂହ ସାହୁ, ଓମ ପ୍ରକାଶ ପଟ୍ଟନାୟକ, ଜଗନ୍ନାଥ ରାଓ ପ୍ରମୁଖ ଯୁବପିଢ଼ି ସାମିଲ ହୋଇଥିଲେ l
No comments yet.