ଶବ ଦାହ ପାଇଁ ଆଣିଥିଲେ ପୁରୀ ସ୍ବର୍ଗଦ୍ୱାର, ବଂଚିଥିବା ଜାଣି ମେଡିକାଲରେ ଭର୍ତ୍ତି - NILACHALA SAMACHAR
Article Image

ଶବ ଦାହ ପାଇଁ ଆଣିଥିଲେ ପୁରୀ ସ୍ବର୍ଗଦ୍ୱାର, ବଂଚିଥିବା ଜାଣି ମେଡିକାଲରେ ଭର୍ତ୍ତି

🗂 Local | 🕒 15 Sep 2025, 19:22 IST


ପୁରୀ,  ସୋମବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଜଣେ ବୃଦ୍ଧାଙ୍କୁ ସ୍ୱର୍ଗଦ୍ୱାରରୁ ମେଡିକାଲ ଅଣାଯାଇ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି l ବୃଦ୍ଧାଙ୍କ ପରିଚୟ ଗଞ୍ଜାମ ଚିକିଟି ପୋଲସରାର ପି ଲକ୍ଷ୍ମୀ ୮୬ ବୋଲି ଜଣାଯାଇଛି l ପି ଲକ୍ଷ୍ମୀ ମରିଯାଇଥିବା ଜାଣି ତାଙ୍କ ପରିବାର ଲୋକମାନେ ଶବ ଦାହ ପାଇଁ ଆମ୍ବୁଲାନ୍ସ ଯୋଗେ ଗଞ୍ଜାମରୁ ପୁରୀ ସ୍ୱର୍ଗଦ୍ୱାରକୁ ଆଣିଥିଲେ l ସ୍ୱର୍ଗଦ୍ୱାର ମ୍ୟାନେଜର ବୃଦ୍ଧା ବଂଚିଥିବା ଜାଣିବାକୁ ପାଇଥିଲେ l ବୃଦ୍ଧାଙ୍କ ନିଶ୍ୱାସ ପ୍ରଶ୍ୱାସ ଚାଲୁଥିଲା l ମ୍ୟାନେଜର ବୃଦ୍ଧାଙ୍କୁ ତାଙ୍କ ପରିବାର ସହଯୋଗରେ ପୁରୀ ମେଡିକାଲ ଆଣିଥିଲେ l ଡାକ୍ତର ତାଙ୍କୁ ଚିକିତ୍ସା ପାଇଁ ବେଡ଼ ଆଡମିଶନ କରାଇଥିଲେ l

💬 Leave a Comment

🗨️ Approved Comments

No comments yet.

🔗 Share this article: