ଅପରାଧିକ କାର୍ଯ୍ୟକଳାପ ଓ ନିଶା କାରବାର ଅଭିଯୋଗ, ବିଭିନ୍ନ ଥାନା ଦ୍ୱାରା ୬ଗିରଫ, - NILACHALA SAMACHAR
Article Image

ଅପରାଧିକ କାର୍ଯ୍ୟକଳାପ ଓ ନିଶା କାରବାର ଅଭିଯୋଗ, ବିଭିନ୍ନ ଥାନା ଦ୍ୱାରା ୬ଗିରଫ,

🗂 Crime | 🕒 15 Sep 2025, 20:02 IST


ପୁରୀ, ଜିଲ୍ଲାକୁ ଅପରାଧ ମୁକ୍ତ, ନିଶା କାରବାର ମୁକ୍ତ କରିବା ପାଇଁ ପୁଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି l ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ପୁଲିସ ଚଢ଼ାଉ ଜାରି ରଖିଛି l ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବା ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇ ଜେଲ ହାଜତକୁ ପଠାଇଦିଆଯାଉଛି l ସୋମବାର ବିଭିନ୍ନ ଥାନା ପକ୍ଷରୁ ବ୍ରାଉନ ସୁଗାର କାରବାର, ବେଆଇନ ନିଶା କାରବାର, ଦାଦାବଟି ଆଦାୟ ଅଭିଯୋଗରେ ୬ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l ଅଭିଯୁକ୍ତ ମାନଙ୍କ ଗିରଫ ନେଇ ସୋମବାର ଅପରାହ୍ନରେ ଟାଉନ ଥାନା ପରିସରରେ ପୁଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା ଯେ ଏସପିଙ୍କ ନିର୍ଦେଶ କ୍ରମେ ଅପରେସନ ଚକ୍ର ମାଧ୍ୟମରେ ଧରପଗଡ଼ କରାଯାଉଛି l ଭୂଦାନ ଜଙ୍ଗଲରେ ବ୍ରାଉନ ସୁଗାର କାରବାର କରିବା ଅଭିଯୋଗରେ ତାଳବଣିଆ ଥାନା ପୁଲିସ ୨ ଜଣକୁ ଗିରଫ କରିବା ସହ ତାଙ୍କ ନିକଟରୁ ୧୧ଗ୍ରାମ ବ୍ରାଉନ ସୁଗାର,ଓଡି ୧୩ୟାଇ ୨୫୭୨ ନମ୍ବର ବିଶିଷ୍ଟ ବାଇକ ଜବତ କରିଛି l ଅଭିଯୁକ୍ତ ଦ୍ବୟ ହେଲେ ସିଦ୍ଧମହାବୀର ଚମାରସାହିର ସିଲୁ ଓରଫ ମନୋଜ ବେହେରା ଓ ପିକେଆରଆଇଟି କଲୋନରେ ରହୁଥିବା ଗଡ଼ିଶାଗୋଦା ଥାନା ଅଂଚଳର ଜଗନ ଓରଫ ଶାନ୍ତନୁ କୁମାର ସ୍ୱାଇଁ l ସୋମବାର ସକାଳେ ତାଳବଣିଆ ଥାନା ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ଅଭିଯୁକ୍ତ ଦ୍ବୟ ବ୍ରାଉନ ସୁଗାର କାରବାର ବେଳେ ଧରାପଡ଼ିଥିଲେ ସେମାନଙ୍କ ବିରୁଦ୍ଧରେ ଏନଡିପିଏସ ଆକ୍ଟରେ ୧୮୦/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ଥିଲା l ସେହିପରି ଦାଦାବଟି ଆଦାୟ ଅଭିଯୋଗରେ ସମୁଦ୍ରକୂଳ ଥାନା ପୁଲିସ ଜଣକୁ ଗିରଫ କରିଛି l ଅଭିଯୁକ୍ତ ଜଣକ ୱାଟର ୱାର୍କ୍ସ ରୋଡ ସାଲବେଗ ସାହିର ଗୁଡୁ ଜାଲ୍ଲୀ ୨୫ l ଅଭିଯୁକ୍ତ ନିକଟରୁ ଗୋଟିଏ ଖଣ୍ଡା ଜବତ କରାଯାଇଛି l ୱାଟର ୱାର୍କ୍ସ ରୋଡ ଓଡିଶା ବେକାରୀ ଛକ ନିକଟରେ ଅଭିଯୁକ୍ତ ଦାଦାବଟି ଆଦାୟ କରୁଥିବା ନେଇ ପାଟ୍ରୋଲିଂ ପୁଲିସ ଖବର ପାଇ ଚଢ଼ାଉ କରି ଗିରଫ କରିଥିଲା l ୨୬୨/୨୦୨୫ ନମ୍ବର ମାମଲା ରୁଜୁ କରାଯାଇଥିଲା l ବଡଶଙ୍ଖ ପରିବା ମାର୍କେଟ ଠାରେ ଦାଦା ବଟି ଆଦାୟ ଅଭିଯୋରେ କୁମ୍ଭାରପଡା ଥାନା ପୁଲିସ ଜଣକୁ ଗିରଫ କରିଛି l ଅଭିଯୁକ୍ତ ଜଣକ ରାମଚଣ୍ଡୀ ସାହି ବାଲି ଉପରର ପିଣ୍ଟୁ ଓରଫ ସରୋଜ ପ୍ରଧାନ ୨୧ l ତା ନିକଟରୁ ୨ଟି ଖଣ୍ଡା, ୧୫୦ଟଙ୍କା ଜବତ କରିଛି ପୁଲିସ l ସୋମବାର ସକାଳେ ଅଭିଯୁକ୍ତ ପରିବା ମାର୍କେଟ ଠାରେ ଦାଦାବଟି ଆଦାୟ ବେଳେ ପୁଲିସ ଗିରଫ କରିଥିଲା l ଅଭିଯୁକ୍ତ ବିରୁଦ୍ଧରେ ୪୩୬/୨୦୨୫ ନମ୍ବର ମାମଲା ରୁଜୁ କରାଯାଇଥିଲା l ସେହିପରି ବେଆଇନ ଏସକଫ ସିରଫ କାରବାର ଅଭିଯୋଗ ଯୋଗରେ ମଧ୍ୟ କୁମ୍ଭାରପଡା ଥାନା ପୁଲିସ ଦୁଇଜଣକୁ ଗିରଫ କରିବା ସହ ୪୯ଟି ଏସକଫ ସିରଫ ବୋତଲ, ୧୩୫୦ଟଙ୍କା, ଓଡି ୧୩ଟି ୩୬୧୮ ନମ୍ବର ବିଶିଷ୍ଟ ସ୍କୁଟି ଜବତ କରିଛି l ଅଭିଯୁକ୍ତ ଦ୍ବୟଙ୍କ ପରିଚୟ ସିଦ୍ଧାମହାବୀରର ପ୍ରକାଶ ମହାନ୍ତି ଓ ରାମଚଣ୍ଡୀ ସାହି ବାଲିଉପରର ସୁନୀଲ ରେଡି l ଗତ ରବିବାର ରାତ୍ରରେ ଅଭିଯୁକ୍ତ ଦ୍ବୟ ଏସକଫ ସିରଫ କାରବାର ଅଭିଯୋଗରେ ପୁଲିସ ପାଟ୍ରୋଲିଂ ବେଳେ ଗିରଫ କରିଥିଲା l ସେମାନଙ୍କ ବିରୁଦ୍ଧରେ ୪୩୫/୨୦୨୫ ନମ୍ବର ମାମଲା ରୁଜୁ କରାଯାଇଥିଲା l ସମସ୍ତ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦିଆଯାଇଥିଲା l ଏହି ସାମ୍ବାଦିକ ସମ୍ମିଳନୀରେ ସିଟି ଡ଼ିଏସପି ପ୍ରଶାନ୍ତ କୁମାର ସାହୁ ଟାଉନ ଥାନା ଆଇଆଇସି ଗୋକୁଳ ରଞ୍ଜନ ଦାସ, କୁମ୍ଭାରପଡା ଥାନା ଆଇଆଇସି ସୁଶାନ୍ତ ସାହୁ, ବଳିଆପଣ୍ଡା ଥାନା ଆଇଆଇସି ସଂଗୀତା ଦାସ, ତାଳବଣିଆ ଥାନା ଆଇଆଇସି ଗୀତାଞ୍ଜଳି ନାୟକ ଉପସ୍ଥିତ ରହି ସୂଚନା ଦେଇଥିଲେ l

💬 Leave a Comment

🗨️ Approved Comments

No comments yet.

🔗 Share this article: