ଜଗା ଦର୍ଶନ ହେଲା ଶେଷ ଦର୍ଶନ ଚାଲିଗଲା ଜଣେ ଭକ୍ତଙ୍କ ଜୀବନ - NILACHALA SAMACHAR
Article Image

ଜଗା ଦର୍ଶନ ହେଲା ଶେଷ ଦର୍ଶନ ଚାଲିଗଲା ଜଣେ ଭକ୍ତଙ୍କ ଜୀବନ

🗂 Local | 🕒 16 Sep 2025, 00:20 IST


ପୁରୀ ଜଗା ଦର୍ଶନ ହେଲା ଶେଷ ଦର୍ଶନ । ଦର୍ଶନ କରିବାକୁ ଯାଉଥିବା ସମୟରେ ଜଣେ ଭକ୍ତଙ୍କ ଚାଲିଗଲା ଜୀବନ ।l ମୃତ ଶ୍ରଦ୍ଧାଳୁ ହେଲେ ଖଣ୍ଡପଡା ଅଞ୍ଚଳର ମନ୍ଦାକିନୀ ସାହୁ । ଶ୍ରୀକ୍ଷେତ୍ରରେ ପିଣ୍ଡଦାନ ସହ ମହାପ୍ରଭୁଙ୍କ ଦର୍ଶନ କରିବାକୁ ପରିବାର ସହ ଆସିଥିଲେ ମନ୍ଦାକିନୀ । ଆଜି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରି ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଇଥିଲେ । ଶ୍ରୀମନ୍ଦିର ଯିବାବେଳେ ବାଇଶି ପାହାଚରେ ମନ୍ଦାକିନୀ ଟଳିପଡିଥିଲେ । ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସଦର ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

💬 Leave a Comment

🗨️ Approved Comments

No comments yet.

🔗 Share this article: