ବେଳାଭୂମିରେ ବାର୍ଥ ଡେ ପାର୍ଟି । - NILACHALA SAMACHAR
Article Image

ବେଳାଭୂମିରେ ବାର୍ଥ ଡେ ପାର୍ଟି ।

🗂 Local | 🕒 16 Sep 2025, 14:51 IST


ପୁରୀ ବେଳାଭୂମିରେ ବାର୍ଥ ଡେ ପାର୍ଟି ।ବେଳାଭୂମିରେ ଏଭଳି ବାର୍ଥ ଡେ ପାର୍ଟି ଆୟୋଜନ ହେବା ସଂପୂର୍ଣ୍ଣ ଭାବେ ନିୟମ ବିରୁଦ୍ଧ।ଏହା ଯେତିକି ଆଶ୍ଚର୍ଯ୍ୟ ସୃଷ୍ଟି କରିଛି ସେତିକି ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି କରିଛି ।ଏଥିପାଇଁ କିଏ ଓ କାହିଁକି ଅନୁମତି ଦେଲା ତାହା ବାଡ ପ୍ରଶ୍ନବାଚୀ ।ପୁରୀ ବେଳାଭୂମି ସିଆରଜେଡ ନିୟମ ଅନ୍ତର୍ଗତ ।କୌଣସି ନିର୍ମାଣ ହେବା ତ ଦୂରର କଥା ବେଳାଭୂମିରେ କୌଣସି ଅସ୍ଥାୟୀ ଟେଣ୍ଟ ହୋଇପାରିବ ନାହିଁ।ତେବେ ଏଭଳି ଅସ୍ଥାୟୀ ଟେଣ୍ଟ କରି ଉଜ୍ଜ୍ବଳ ଆଲୋକମାଳାରେ ସଜ୍ଜିତ କରାଯିବା ସହ ନୃତ୍ୟ ,ଗୀତ ଚାଲିଥିଲା।ଆଜି ସନ୍ଧ୍ୟାରେ ପୁରୀ ଭିକ୍ଟୋରିଆ ହୋଟେଲ ସମ୍ମ7ଖ ବେଳାଭୂମିରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା।ପୂର୍ବରୁ ମଧ୍ୟ ପୁରୀ ବେଳାଭୂମିରେ ଏଭଳି ଅସ୍ଥାୟୀ ଟେଣ୍ଟ କରି ଉତ୍ସବ ଆୟୋଜନ ଭାରୀ ପଡ଼ିଥିଲା ।ପୁରୀ ପୌରପାଳିକା ପକ୍ଷରୁ ତ୍ଵରିତ ପଦକ୍ଷେପ ନିଆଯାଇଥିଲା ଆଜିର ଘଟଣା ନେଇ ସମୁଦ୍ରକୂଳ ଥାନା ପୋଲିସକୁ ଖବର ଦିଆଯାଇଥିଲା।ତେବେ କିଏ ଓ କିଭଳି ପୁରୀ ବେଳାଭୂମିରେ ଏଭଳି ବାର୍ଥ ଡେ ପାର୍ଟି ଆୟୋଜନ ପାଇଁ ସାହସ କଲା ତାହା ନିଶ୍ଚିନ୍ତ ଭାବେ ତଦନ୍ତ ସାପେକ୍ଷ।

💬 Leave a Comment

🗨️ Approved Comments

No comments yet.

🔗 Share this article: