ବ୍ରହ୍ମଗିରି ଥାନା ବିଜିପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ହାଣକାଟ ସାଙ୍ଗକୁ ଗୁଳି ଫୁଟିଛି। - NILACHALA SAMACHAR
Article Image

ବ୍ରହ୍ମଗିରି ଥାନା ବିଜିପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ହାଣକାଟ ସାଙ୍ଗକୁ ଗୁଳି ଫୁଟିଛି।

🗂 Crime | 🕒 18 Sep 2025, 16:12 IST

ପୁରୀ ବ୍ରହ୍ମଗିରି ଥାନା ବିଜିପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ହାଣକାଟ ସାଙ୍ଗକୁ ଗୁଳି ଫୁଟିଛି। ହାଣକାଟରେ ଉଭୟ ପକ୍ଷରୁ ଦୁଇଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ ବନ୍ଧୁକ ସହିତ ଖୋକା ଜବତ କରିଛି। ଗାଁର ବିରଞ୍ଚି ସେଠୀ ଓ ସଞ୍ଜୟ ଜେନାଙ୍କ ପରିବାର ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଛି। ଆଜି ରାତି ପ୍ରାୟ ଆଠଟାରୁ ସାଢ଼େ ଆଠଟା ମଧ୍ୟରେ ବିରଞ୍ଚିଙ୍କ ସହିତ ଅନ୍ୟ ତିନିଜଣ ଆସି ସଞ୍ଜୟଙ୍କ ଘର ଆଗରେ ପାଟିତୁଣ୍ଡ କରିବା ସହିତ ବନ୍ଧୁକ ଦେଖାଇ ଧମକ ଚମକ ଦେଇଥିଲେ। ବିରଞ୍ଚିକୁ କାବୁ କରିବାକୁ ଯିବାବେଳେ ଉଭୟ ପରିବାରଙ୍କ ମଧ୍ୟରେ ହାଣକାଟ ହୋଇଥିଲା। ଏଥିରେ ବିରଞ୍ଚି ସ‌ହିତ ସଞ୍ଜୟ ଓ ତାଙ୍କ ଦୁଇପୁଅ ଏବଂ ସ୍ତ୍ରୀ ଆହତ ହୋଇଥିବା ଜଣାପଡ଼ିଛି।ଘଟଣାସ୍ଥଳରେ ବିରଞ୍ଚିଙ୍କ ବନ୍ଧୁକରୁ ଏକ ରାଉଣୁ ଗୁଳି ଫୁଟିଥିବା ଜଣାପଡ଼ିଛି। ତେବେ ଗୁଳି କାହାରି ଦେହରେ ନ ବାଜି କାରରେ ବାଜିଥିବା କୁହାଯାଉଛି। ଆହତମାନଙ୍କୁ ସ୍ଥାନୀୟ ରେବଣାନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ପୁରୀ ସଦର ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଖବରପାଇ ବ୍ରହ୍ମଗିରି ଆଇଆଇସିଙ୍କ ସହିତ ୩ଟି ପୁଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଗାଁରେ ରାତିସାରା ପୁଲିସ ମୁତୟନ ଥିବା ଜଣାପଡ଼ିଛି।

💬 Leave a Comment

🗨️ Approved Comments

No comments yet.

🔗 Share this article: