🗂 Local | 🕒 18 Sep 2025, 16:20 IST
ପୁରୀ ଜିଲ୍ଲା ଅନ୍ତର୍ଗତ ଉପକୁଳ ବ୍ଲକ ମାନଙ୍କରେ ଥିବା ସମସ୍ତ ବିଦ୍ୟାଳୟର ସ୍କାଉଟ ଓ ଗାଇଡ ମାନଙ୍କ ଦ୍ଵାରା ଏକ ସପ୍ତାହ ବ୍ୟାପୀ ସ୍ଵତନ୍ତ୍ର ଭାବେ ସ୍ଵଚ୍ଛ ସାଗର ସୁରକ୍ଷିତ ସାଗର ନାମକ ସମୁଦ୍ର କୂଳ ସଫେଇ ଅଭିଯାନ କୋଷ୍ଟାଲ-କ୍ଲିନଅପ ସପ୍ତାହ ଅବସରରେ ଆରମ୍ଭ ହୋଇଅଛି l ଏହି ସଫେଇ ଅଭିଯାନ ୧୫ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୨୦ ସେପ୍ଟେମ୍ବରରେ ସମାପନ ହେବ l ଏହି ସାପ୍ତାହିକ କାର୍ଯ୍ୟକ୍ରମରେ ବିଭିନ୍ନ ତଟରେ ସଫେଇ, ଚିତ୍ରାଙ୍କନ, ପଥପ୍ରାନ୍ତ ନାଟକ ଓ ଜନସଚେତନତା ପଦଯାତ୍ରା କାର୍ଯ୍ୟକ୍ରମକୁ ପୁରୀ ଜିଲ୍ଲା ମୁଖ୍ଯ ଶିକ୍ଷାଅଧିକାରୀ ତଥା ଜିଲ୍ଲା ମୁଖ୍ୟ କମିଶନର ଦୀପକ କୁମାର ପାଢ଼ୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମ କୃଷ୍ଣପ୍ରସାଦ ଠାରେ ଦେବଯାନୀ ଦିବ୍ୟଦର୍ଶନୀ କୋଣାର୍କ ଠାରେ ରାମକୃଷ୍ଣ ମହାନ୍ତି ଅସ୍ତରଙ୍ଗ ଠାରେ ଛବିଳ ମଲ୍ଲଙ୍କ ଦ୍ଵାରା ସମ୍ପାଦନା ହେଉଥିବା ସହ ପୁରୀ ସଦରରେ ଜିଲ୍ଲା ସ୍କାଉଟ ସାଙ୍ଗଠନିକ କମିଶନର ଦେବାଶିଷ ମିଶ୍ର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରତ୍ୟେକ ଦିନ ସୁରଖୁରରେ ସମ୍ପାଦନା କରାଯାଉଅଛି l ଏହି କାର୍ଯ୍ୟକ୍ରମର ଅନ୍ତିମ ଦିବସରେ ଓଡିଶା ରାଜ୍ୟ ଭାରତ ସ୍କାଉଟ ଓ ଗାଇଡର ରାଜ୍ୟ ମୁଖ୍ୟ କମିଶନର ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ କାଳିପ୍ରସାଦ ମିଶ୍ର ମହୋଦୟଙ୍କ ସହିତ ରାଜ୍ଯର ବିଭିନ୍ନ ବ୍ୟକ୍ତିବିଶେଷ ଉପସ୍ଥିତ ରହିବାର ସୂଚନା ଅଛି l ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପୁରୀ ସଦରର ସମସ୍ତ ସ୍କାଉଟ ମାଷ୍ଟର, ଗାଇଡ କ୍ୟାପଟେନ ରୋଭର ଓ ରେଞ୍ଜର ମାନଙ୍କ ସହଯୋଗ ଅତ୍ୟନ୍ତ ପ୍ରଶସଂନୀୟ ବୋଲି ଜିଲ୍ଲା ସ୍କାଉଟ ସଚିବ ମହେନ୍ଦ୍ର କୁମାର ବିଶ୍ବାଳ ମତ ବ୍ୟକ୍ତ କରିଛନ୍ତି l
No comments yet.