🗂 Crime | 🕒 18 Sep 2025, 23:39 IST
ପୁରୀ, ବିଭିନ୍ନ ମାମଲାରେ ପୂର୍ବରୁ ଫେରାର ଥିବା ୨ ମହିଳା ସମେତ ୬ୱାରେଣ୍ଟିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l ବ୍ରାଉନସୁଗାର କାରବାର ଅଭିଯୋଗରେ ୨୦୨୧ ମସିହାରୁ ଫେରାର ଥିବା ଅଭିଯୁକ୍ତ ରାମଚଣ୍ଡୀ ସାହି ବଲିଉପରର ଶିବ ନାୟକ ୨୭କୁ କୁମ୍ଭାରପଡା ଥାନା ପୁଲିସ ଗିରଫ କରିଛି l ବଳାତ୍କାର ମାମଲାରେ ୨୦୨୩ ମସିହାରୁ ଫେରାର ଥିବା ଅଭିଯୁକ୍ତ ଗୌଡ଼ବାଡ଼ ସାହିର ରୁପେନ ଦେବନାଥ ୨୭କୁ ବଳିଆପଣ୍ଡା ଥାନା ପୁଲିସ ଗିରଫ କରିଛି l ୧୨ବର୍ଷ ତଳର ଏକ ବିସ୍ପୋରକ ମାମଲାରେ ବାସେଳୀସାହି ଥାନା ପୁଲିସ ଗୋଖାସାହିର ଶିଖର ବେହେରାକୁ ଗିରଫ କରିଥିବା ବେଳେ ୨୦୦୬ ମସିହାରେ ଏକ ଚୋରି ମାମଲାରେ ଟାଉନ ଥାନା ପୁଲିସ ଲବଣିଖିଆ ଛକର ହୃଦାନନ୍ଦ ମହାନ୍ତିଙ୍କୁ ଗିରଫ କରିଛି l ସେହିପରି ଅର୍ଥ ଆଦାୟ ମାମଲାରେ ବଳିଆ
ପଣ୍ଡା ଥାନା ପୁଲିସ ଓ ହତ୍ୟା ଉଦ୍ୟମ ମାମଲାରେ ବାସେଳୀ ସାହି ଥାନା ପୁଲିସ ୨ ମହିଳାଙ୍କୁ ଗିରଫ କରିଛି l ସମସ୍ତ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି l
No comments yet.