🗂 Crime | 🕒 18 Sep 2025, 23:43 IST
ପୁରୀ, ଦାଦାବଟି ଆଦାୟ କରିବା ଅଭିଯୋଗରେ ଟାଉନ ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଜଣକ ଦୋଳମଣ୍ଡପ ସାହି ନାରାୟଣୀ ଲେନର ଚିଣ୍ଟୁ ଓରଫ ରାଜକିଶୋର ନାୟକ ୨୭ l ଅଭିଯୁକ୍ତ ନିକଟରୁ ଗୋଟିଏ କଟୁରୀ, ମୋବାଇଲ ଓ ୪୦୦ଟଙ୍କା ଜବତ କରିଛି ପୁଲିସ l. ପୁଲିସ ସୂତ୍ରରୁ ଜଣାଯାଇଛି ଯେ ଗୁରୁବାର ସକାଳେ ଦାମୋଦର ରୋଡ ଚକ୍ରକୋଟ ଲେନ ଅଞ୍ଚଳରେ ଅଭିଯୁକ୍ତ କଟୁରୀ ଧରି ଭୟଭୀତ କରି ଅଟୋରେ ଥିବା ପାସେଞ୍ଜର ଓ ଅଟୋ ଡ୍ରାଇଭର ମାନଙ୍କ ଠାରୁ ଦାଦାବଟି ଆଦାୟ କରୁଥିବା ନେଇ ପୁଲିସ ବିଶେଷ ସୂତ୍ରରୁ ଜାଣିବାକୁ ପାଇଥିଲା l ଉକ୍ତ ଖବର ଅନୁଯାୟୀ ପୁଲିସ ଟିମ ଚଢ଼ାଉ କରି ଅଭିଯୁକ୍ତକୁ କାବୁ କରିଥିଲେ l ପରେ ଥାନାରେ ୪୬୨/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ଗୁରୁବାର କୋର୍ଟ ଚାଲାଣ କରାଯଇଥିଲା l ଅଭିଯୁକ୍ତ ବିରୁଦ୍ଧରେ ପୂର୍ବରୁ କୁମ୍ଭାରପଡା, ବାସେଳୀ ସାହି, ସମୁଦ୍ରକୂଳ ଓ ସିଂହଦ୍ୱାର ଥାନାରେ ଡକାୟତି ଯୋଜନା, ଦାଦାବଟି ଆଦାୟ ଆଦି ବିଭିନ୍ନ ଅପରାଧିକ ମାମଲା ଥିବା ନେଇ ପୁଲିସ କହିଛି l
No comments yet.