ବୋଲେରୋ ଗାଡି ଲୁଟ ଅଭିଯୋଗରେ ଚନ୍ଦନପୁର ଥାନା ଦ୍ୱାରା ୨ଗିରଫ - NILACHALA SAMACHAR
Article Image

ବୋଲେରୋ ଗାଡି ଲୁଟ ଅଭିଯୋଗରେ ଚନ୍ଦନପୁର ଥାନା ଦ୍ୱାରା ୨ଗିରଫ

🗂 Crime | 🕒 20 Sep 2025, 13:54 IST


ପୁରୀ, ବୋଲେରୋ ଗାଡି ଲୁଟ ଅଭିଯୋଗରେ ଚନ୍ଦନପୁର ଥାନା ଦ୍ୱାରା ୩ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ମାନେ ହେଲେ ଚନ୍ଦନପୁର ଥାନା ଅନ୍ତର୍ଗତ ବ୍ରାହ୍ମଣ ଆଳନ୍ଦିଆର ବିଟି ଓରଫ ସତ୍ୟନାରାୟଣ ମହାରଣା ୨୭, ପୁରୀ ଗୌଡ଼ବାଡ଼ ସାହିମହେଶ୍ୱର ନଗରରକାହ୍ନା ବେହେରା ଓରଫ କାହ୍ନା ରାଉତ l ଏଥିସହ ଏହି ଘଟଣାରେ ଜଣେ ନାବାଳକକୁ ମଧ୍ୟ ଜୁଭେ ନାଇଲ ହୋମକୁ ପଠାଯାଇଛି l ଓଡି ୩୪ଏସ୩୯୬୧ ନମ୍ବର ବିଶିଷ୍ଟ ବୋଲେରୋ ଜବତ କରାଯାଇଛି l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ମୃତ୍ୟୁଞ୍ଜୟ ପୁରର ଗଜେନ୍ଦ୍ର ନାଥଶର୍ମା ୫୮ ଗୁରୁବାର ରାତ୍ର ପ୍ରାୟ ୧୦ ଘଟିକା ସମୟରେ ଥାନାରେ ଅଭିଯୋଗ କରିଥିଲେ l ସେ ଅଭିଯୋଗ କରିଥିଲେ ଯେ ଗତ ଗୁରୁବାର ସକାଳେ ସେ ଯାଜପୁର ରେଳ ଷ୍ଟେସନ ପାଖରେ ନିଜ ମାଲିକଙ୍କ BOLERO ଗାଡି ଯାହାର Regd. No. OD3453961 ଟିକୁ ଭଡା ନିମନ୍ତେ ଧରି ଠିଆ ହୋଇଥିବା ସମୟରେ ତିନି ଜଣ ଅଜଣା ଯୁବକ ଆସି ପୁରୀ ସିରୁଳି ମହାବୀର ମନ୍ଦିର ଭଡାରେ ଯିବାକୁ କହିବାରୁ ସେ ରାଜି ହୋଇ ସିରୁଳି ମହାବୀର ଯିବାକୁ ବାହାରିଲେ । ସିରୁଳି ମହାବୀର ଠାରେ ପହଞ୍ଚିବାପରେ ଉକ୍ତ ଅଜଣା ଯୁବକମାନେ ତାଙ୍କୁ କାଳିକା ନୂଆପଡା ଗ୍ରାମ ପାଖରେ ଥିବା ବାଇଶିବାଟିଆ ବନ୍ଧକୁ ଯିବାକୁ କହିବାରୁ ସେ ସେଠାକୁ ଗଲେ । ସେଠାରେ ସେହି ଯୁବକ ମାନେ ଆଣିଥିବା ମଦ ପିଇଲେ। ହଠାତ ସେହି ଯୁବକ ମାନଙ୍କ ମଧ୍ୟରୁ ଜଣେ ଆଗରୁ ପ୍ରସ୍ତୁତ କରି ରଖିଥିବା ଗାମୁଛାରେ ତାଙ୍କ ମୁହଁ କୁ ବାନ୍ଧିଦେଲେ ଓ ଗାଡି ଭିତରେ ହଟଗୋଡ ବାନ୍ଧି ପକେଇ ଦେଇ ଗାଡି ଟିକୁ ଅପହରଣ କରିବା ଉଦେଶ୍ୟରେ ଛଡେଇ ନେଇଗଲେ ଓ ତାଙ୍କ ପକେଟରେ ଥିବା ୪୦୦୦ ଟଙ୍କା ମଧ୍ୟ ଛଡେଇକି ନେଇଗଲେ । ସୁଯୋଗଦେଖ୍ ସେ ବାଟରେ କୌଶଳ କ୍ରମେ ସେମାଙ୍କ କବଳରୁ ବାହାରି ଆସି ଥାନାରେ ଏତଲା ଦେଲେ। ଏତଲା ଅନୁଯାୟୀ ଚନ୍ଦନପୁର ଥାନା ଆଇଆଇସି ନେତୃତ୍ବରେ ତୁରନ୍ତ ଏକ ପୁଲିସ ସ୍ୱତନ୍ତ୍ର ଦଳ ଗଠନ କରି ବିଭିନ୍ନ ଅଞ୍ଚଳରେ ଚଢାଉ କରି ଦୁର୍ବୃତ୍ତ ମାନେ ଛଡାଇ ନେଇଥିବା ବୋଲେରୋ ଗାଡି ଟିକୁ ଜବତ କରିବା ସହିତ ଅପରାଧୀ ମାନଙ୍କୁ ବ୍ରହ୍ମଗିରି ଥାନା ଅଞ୍ଚଳର ଖଜୁରୀଆ ଗ୍ରାମ ପାଖରେ କାବୁ କରାଯାଇଥିଲା l ତିନି ଜଣ ଦୁର୍ବୃତ୍ତ ମାନଙ୍କ ମଧ୍ୟରୁ ଜଣେ ନାବାଳକ ଥିବାରୁ ତାଙ୍କୁ ଜିଲ୍ଲା ଜୁଭିନାଇଲି ଜଷ୍ଟିସ ବୋର୍ଡ ଙ୍କ ପାଖରେ ହଜାରକରାଯାଇଥିବା ବେଳେ ଅନ୍ୟ ଦୁଇଜଣକୁ କୋର୍ଟ ଚାଲାଣ କରାଯାଇଛି l

💬 Leave a Comment

🗨️ Approved Comments

No comments yet.

🔗 Share this article: