ଶ୍ରୀମନ୍ଦିର ଜୟ ବିଜୟ ଦ୍ୱାର ପାହାଚ ନିକଟରେ ରକ୍ତ ଛିଟା, ମହାପ୍ରଭୁଙ୍କ ବଡ଼ ମହାସ୍ନାନ - NILACHALA SAMACHAR
Article Image

ଶ୍ରୀମନ୍ଦିର ଜୟ ବିଜୟ ଦ୍ୱାର ପାହାଚ ନିକଟରେ ରକ୍ତ ଛିଟା, ମହାପ୍ରଭୁଙ୍କ ବଡ଼ ମହାସ୍ନାନ

🗂 Art & Culture | 🕒 20 Sep 2025, 20:57 IST


ପୁରୀ, ଶନିବାର ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଛି l ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ପରେ ପାଳିଆ ସେବକ ବେଶ ମଇଲମକୁ ଯିବା ସମୟରେ ଜୟ ବିଜୟ ଦ୍ଵାର ପାହାଚରେ ରକ୍ତ ପଡ଼ିଥିବାର ଦୃଷ୍ଟିକୁ ଆସିବାରୁ ମହାପ୍ରଭୁଙ୍କୁ ବଡ ମହାସ୍ନାନ ଲାଗିଥିଲା l ୦୬ଟା ୫୦ରେ ଧୁଆ ଧୋଇ ହୋଇ ଚୂନ ପାଣି ପଡ଼ିଲା ପରେ ମଇଲମ ୦୭ଟା ୦୫ରେ ହୋଇଥିଲା l ୦୭ଟା ୩୦ରେ ସିଂହାସନ ଧୁଆ, ୦୭ଟା ୪୫ରେ ମହାସ୍ନାନ ପୂଜା ଠା, ୦୭ଟା ୫୦ରେ ମହାସ୍ନାନ ପୂଜା ହୋଇ ୮ଟାରେ

ମହାସ୍ନାନ ଶେଷ ହୋଇଥିଲା l ପରେ ମଇଲମ ୦୮ଟା ୦୫ରେ ହୋଇ ଅନ୍ୟାନ୍ୟ ନୀତି ବଢିଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: