ତାର କଏଲ ଚୋରି ଅଭିଯୋଗ, ଜଣେ ଗିରଫ - NILACHALA SAMACHAR
Article Image

ତାର କଏଲ ଚୋରି ଅଭିଯୋଗ, ଜଣେ ଗିରଫ

🗂 Crime | 🕒 20 Sep 2025, 21:01 IST


ପୁରୀ, ଏକ ପ୍ରୋଜେକ୍ଟ ଷ୍ଟୋରରୁମର ବିଦ୍ୟୁତ ତାର କଏଲ ଚୋରି ଅଭିଯୋଗରେ ବଳିଆପଣ୍ଡା ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ଲ ଅଭିଯୁକ୍ତ ଜଣକ ଉକ୍ତ ପ୍ରୋଜେକ୍ଟରେ ଇଲେକ୍ଟ୍ରିସିଆନ କଟକ ଜିଲ୍ଲା ନିଆଳି ଥାନା ଅଂଚଳର ସମୀର କୁମାର ବେହେରା ୩୧ l ଚୋରି ଘଟଣା ନେଇ ପ୍ରୋଜେକ୍ଟ ସେଲସ ମ୍ୟାନେଜର ବାଲିସାହି ଶ୍ୟାମାକାଳୀ ଲେନର ଦୀପକ କୁମାର ନାୟକ ଥାନାରେ ଅଭିଯୋଗ କରିଥିଲେ l ଗତ ୧୮ ତାରିଖରେ ପ୍ରୋଜେକ୍ଟ ଷ୍ଟୋର ରୁମରୁ ୧୩ଟି ବିଦ୍ୟୁତ ତାର କଏଲ ଚୋରି ହୋଇଥିବା ନେଇ ଅଭିଯୋଗ କରିଥିଲେ l ଉକ୍ତ ଅଭିଯୋଗ କ୍ରମେ ୧୭୪/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ତଦନ୍ତ ପରେ ଅଭିଯୁକ୍ତକୁ ଗିରଫ କରାଯାଇ ୭ଟି ବିଦ୍ୟୁତ ତାର କଏଲ ଜବତ କରାଯାଇଥିଲା ଲ ଶନିବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: