🗂 Crime | 🕒 20 Sep 2025, 21:04 IST
ପୁରୀ, ମସିହାରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣ ମାମଲାରେ ଫେରାର ଥିବା ଅଭିଯୁକ୍ତକୁ ଟାଉନ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତର ପରିଚୟ ମାତିତୋଟାରେ ରହୁଥିବା କଣାସ ଥାନା ଅନ୍ତର୍ଗତ ବିଜିପୁରର ସୁମନ ମହାପାତ୍ର ୨୦ l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ୨୦୨୩ ମସିହାରେ ଏକ ମରଣାନ୍ତକ ମାମଲା ହୋଇଥିଲା l ଟାଉନ ଥାନା ଅନ୍ତର୍ଗତ ବାଣୁଆଗଳିର ପ୍ରଦୀପ କୁମାର ପଣ୍ଡା ଥାନାରେ ଅଭିଯୋଗ କରିଥିଲେ l ସେ ଅଭିଯୋଗ କରିଥିଲେ ଯେ ଗତ ୨୩. ୧୧. ୨୦୨୩ ତାରିଖ ଦିନ ତାଙ୍କ ଘର ନିକଟରେ ଅଭିଯୁକ୍ତ ସୁମନ ଅନ୍ୟ ୩ଜଣ ନାବାଳକଙ୍କ ସହ ଜୀବନରୁ ମାରିଦେବା ପାଇଁ ଉଦ୍ୟମ କରିଥିଲେ l ଏଥିରେ ତାଙ୍କର ବାଇକ ନଷ୍ଟ ହୋଇଥିଲା l ଏହି ଘଟଣା ନେଇ ଥାନାରେ ମାମଲା ହୋଇଥିଲା l ସେବେଠାରୁ ସୁମନ ଫେରାର ଥିଲା l ପରେ ସୁମନକୁ ଗିରଫ କରାଯାଇ ଶନିବାର କୋର୍ଟ ଚାଲାଣ କରାଯାଇଥିଲା l
No comments yet.