🗂 Crime | 🕒 20 Sep 2025, 21:07 IST
ପୁରୀ, ସ୍କୁଟି ଡ଼ିକିରୁ ଟଙ୍କା ଓ ମୋବାଇଲ ଚୋରି ଅଭିଯୋଗରେ ସିଂହଦ୍ୱାର ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଜଣକ ସଦର ଥାନା ଅନ୍ତର୍ଗତ ଚାରିନଳା କଦଳିବାଡି ପାଟଣାର ବସନ୍ତ ଓରଫ ମିଟୁ ବେହେରା ୩୨ l ଅଭିଯୁକ୍ତ ନିକଟରୁ ଏକ ମୋବାଇଲ ଓ ୪ହଜାର ଟଙ୍କା ଜବତ କରାଯାଇଛି l ସ୍କୁଟି ଡ଼ିକିରୁ ଚୋରି ଯାଇଥିବା ନେଇ ଜଗତସିଂହପୁର ଜିଲ୍ଲାର ଲକ୍ଷ୍ମୀକାନ୍ତ ରଥ ସିଂହଦ୍ୱାର ଥାନାରେଶନିବାର ସକାଳେ ଥାନାରେ ଅଭିଯୋଗ କରିଥିଲେ l ସେ ଅଭିଯୋଗ କରିଥିଲେ ଯେ ମଙ୍ଗୁ ମଠ ନିକଟରେ ତାଙ୍କ ସ୍କୁଟି ପାର୍କିଂ କରି ସ୍କୁଟିର ଡିକିରେ ଏକ କି-ପ୍ୟାଡ୍ ମୋବାଇଲ୍ ଫୋନ୍ ଏବଂ ୪,୦୦୦ ଟଙ୍କା ରଖି ଶ୍ରୀ ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଦର୍ଶନ ପାଇଁ ଯାଇଥିଲେ। ପରେ ଦର୍ଶନ ସାରି ଫେରିବା ପରେ ସେ ଦେଖିଲେ ଯେ ତାଙ୍କ ସ୍କୁଟିର ଡିକି ଖୋଲା ଅଛି ଏବଂ କେହି ଜଣେ ଦୁର୍ବୁତ୍ତ ସ୍କୁଟି ଡିକିରୁ ରଖାଯାଇଥିବା ମୋବାଇଲ୍ ଫୋନ୍ ଏବଂ ୪ହଜାର ଟଙ୍କା ଚୋରି କରି ନେଇଛି ବୋଲି ସେ ଅଭିଯୋଗ କରିଥିଲେ l ଉକ୍ତ ଅଭିଯୋଗ କ୍ରମେ ଥାନା ପକ୍ଷରୁ ୧୫୧/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା l ନିକଟସ୍ଥ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇଥିଲା l ଅଭିଯୁକ୍ତ ନିକଟରୁ ଚୋରି ମୋବାଇଲ୍ ଫୋନ୍ ଏବଂ ଚୋରି ଟଙ୍କା ଜବତ କରାଯାଇଥିଲା l ଶନିବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା l
No comments yet.