ଗଞ୍ଜେଇ ଜବତ, ଜଣେ ଗିରଫ - NILACHALA SAMACHAR
Article Image

ଗଞ୍ଜେଇ ଜବତ, ଜଣେ ଗିରଫ

🗂 Crime | 🕒 21 Sep 2025, 19:58 IST


ପୁରୀ, ସଦର ଥାନା ପୁଲିସ ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଜଣକ ଗୋପ ଥାନା ଅନ୍ତର୍ଗତ ଆଳିସି ଗ୍ରାମର ରଞ୍ଜିତ ପ୍ରଧାନ ୨୨ l ଅଭିଯୁକ୍ତ ନିକଟରୁ ଏକ ଜରି ବସ୍ତାରୁ ୬କେଜି ଗଞ୍ଜେଇ ଜବତ କରାଯାଇଛି l ଏନେଇ ସଦର ଥାନା ପରିସରରେ ସଦର ଏସଡ଼ିପିଓ ରବିନାରାୟଣ ଭଞ୍ଜ ଓ ଆଇଆଇସି ସୁନୀଲ କୁମାର ପ୍ରଧାନ ସୂଚନା ଦେଇଥିଲେ ଯେ ଏସପିଙ୍କ ନିର୍ଦେଶ କ୍ରମେ ଅପରେସନ ଚକ୍ର ଅଭିଯାନ ଜାରି ରହିଛି l ଏହି ସମୟରେ ବିଶେଷସୂତ୍ରରୁ ଖବର ପାଇ ଗତ ଶନିବାର ସଦର ଥାନା ପୋଲିସ ବାୟା ମହାରଣା ଛକ ନିକଟ ଦଣ୍ଡାସାହି ଠାରୁ ରଞ୍ଜିତ ପ୍ରଧାନକୁ ଅଟକ ରଖାଯାଇ ଯାଞ୍ଚ କରାଯାଇଥିଲା l ତା ପାଖରୁ 6 କେଜି ଗଞ୍ଜେଇ ସହିତ ନୀଳ ରଙ୍ଗର ଆକ୍ଟିଭା ସ୍କୁଟି OD02B- 8836 ଗାଡ଼ି ଜବତ କରାଯାଇଥିଲା l ରଞ୍ଜିତକୁ ଥାନାକୁ ଅଣାଯାଇ ତଦନ୍ତ କରାଯାଇଥିଲା l ପରେ 564/2025 ନମ୍ବର ମାମଲା ରୁଜୁ ହୋଇଥିଲା ବୋଲି ସୂଚନା ଦେଇଥିଲେ l ଅଭିଯୁକ୍ତକୁ ରବିବାର କୋର୍ଟ ଚାଲାଣ କରାଯାଇଥିଲା l ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ନେଇ ଜଣାଯାଇଛି l ଅନ୍ୟାପକ୍ଷରେ ସଦର ଥାନା ପୁଲିସ ୩ଜଣ ୱାରେଣ୍ଟି କୁ ଗିରଫ କରି କୋର୍ଟ ଚାଲାଣ କରିଛି l 2009 ମସିହା ୱାରେଣ୍ଟି ରମେଶ ଭୋଇ, 2021 ର ବିଦ୍ୟାଧର ଭୋଇ ଏବଂ ଅଜୟ କୁମାର ମଲ୍ଲିକ କୁ ଗିରଫ କରାଯାଇଛି l

💬 Leave a Comment

🗨️ Approved Comments

No comments yet.

🔗 Share this article: